ଖେଳ ଦେଶ ବିଦେଶ

ସିଏସକେର ନୂଆ ଅଧିନାୟକ ଜାଡେଜାଙ୍କୁ ଶୁଭେଚ୍ଛା ଜଣାଇଲେ ରାଇନା, କହିଲେ…

ନୂଆଦିଲ୍ଲୀ ୨୫/୦୩ : ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡିଛନ୍ତି । ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଦିନକ ପୂର୍ବରୁ ସେ ନେତୃତ୍ୱ ଛାଡି ସମସ୍ତଙ୍କୁ ଝଟକା ଦେଇଛନ୍ତି । ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଦଳର ନେତୃତ୍ୱ ନେବେ । ତେବେ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା ଜା଼ଡେଜାଙ୍କୁ ଶୁଭେଚ୍ଛା ଜଣାଇବା ସହ ଟ୍ୱିଟରରେ ଏକ ଖାସ୍ ମେସେଜ୍ ଲେଖିଛନ୍ତି ।

ଫେବ୍ରୁଆରୀରେ ହୋଇଥିବା ଆଇପିଏଲ ନିଲାମୀରେ ବିକ୍ରି ହୋଇପାରି ନଥିବା ରାଇନା ଲେଖିଛନ୍ତି ଯେ, ସେ ତାଙ୍କ ଭାଇଙ୍କ ପାଇଁ ବହୁତ ଖୁସି ଅଛନ୍ତି । ଚେନ୍ନାଇ ପାଇଁ ଜାଡେଜାଙ୍କ ବ୍ୟତୀତ ଆଉ କେହି ଭଲ ବିକଳ୍ପ ହୋଇପାରିବେ ନାହିଁ । ଜା଼ଡେଜାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ପୂର୍ବରୁ ଧୋନୀଙ୍କ ବିକଳ୍ପ ଭାବେ ସୁରେଶ ରାଇନାଙ୍କୁ ବିବେଚନା କରାଯାଉଥିଲା । କିନ୍ତୁ ଗତବର୍ଷ ଦଳ ଜାଡେଜାଙ୍କୁ ସାମିଲ କରିବା ପରେ ଭବିଷ୍ୟତ ରଣନୀତି ବାବଦରେ ସ୍ପଷ୍ଟ ଆଭାସ ମିଳିଥିଲା । ଚଳିତ ବର୍ଷ ରାଇନା ନିଲାମୀରେ ବିକ୍ରି ହୋଇନଥିଲେ । ତେବେ ଧୋନୀ ଚେନ୍ନାଇ ପାଇଁ ୨୧୩ଟି ମ୍ୟାଚରେ ନେତୃତ୍ୱ ନେଇଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ଧୋନୀଙ୍କ ଅନୁପସ୍ଥିତିରେ ରାଇନା ୬ଟି ମ୍ୟାଚରେ ସିଏସକେର ନେତୃତ୍ୱ ନେଇଥିଲେ । ଉଭୟ ୨୦୨୦ ଅଗଷ୍ଟ ୧୫ ତାରିଖରେ ହିଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ