ଖେଳ ଦେଶ ବିଦେଶ

ସ୍ୱିସ୍ ଓପନ : କ୍ୱାଟର ଫାଇନାଲରେ ସିନ୍ଧୁ-ଶ୍ରୀକାନ୍ତ-କଶ୍ୟପ

ବାସେଲ୍‌, ୨୫/୦୩: ଚଳିତ ସ୍ୱିସ୍‌ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଷ୍ଟାର୍‌ ଖେଳାଳି ପିଭି ସିନ୍ଧୁଙ୍କ ସମେତ କେ ଶ୍ରୀକାନ୍ତ ଓ ପାରୁପଲ୍ଲୀ କଶ୍ୟପ୍‌ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ।

ଅନ୍ୟ ପଟରେ ସାଇନା ନେହୱାଲ୍‌ ଓ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଦ୍ୱିତୀୟ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି । ମହିଳା ବର୍ଗ ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ ୨୧-୧୯, ୨୧-୧୪ରେ ନିସଲିହାନ୍‌ ୟିଗିତ୍‌ଙ୍କୁ ପରାସ୍ତ କରିଥିଲେ ।

ଅନ୍ୟଏକ ମ୍ୟାଚ୍‌ରେ ସାଇନା ୨୧-୧୭, ୧୩-୨୧, ୧୩- ୨୧ରେ ମାଲେସିଆର କିସୋନା ସେଲ୍‌ଭାଡୁରେଙ୍କ ନିକଟରୁ ହାରି ଯାଇଥିଲେ । ପୁରୁଷ ବର୍ଗ ଦ୍ୱିତୀୟ ରାଉଣ୍ଡରେ ଶ୍ରୀକାନ୍ତ ୧୩-୨୧, ୨୫-୨୩, ୨୧-୧୧ରେ ଫ୍ରାନ୍ସର କ୍ରିଷ୍ଟୋ ପୋପୋଭ୍‌ଙ୍କୁ ପରାସ୍ତ କରିଥିଲେ । ଅନ୍ୟ ପଟରେ କଶ୍ୟପଙ୍କୁ ଦ୍ୱିତୀୟ ରାଉଣ୍ଡରେ ୱାକ୍‌ ଓଭର ମିଳିଥିଲା । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱର ଏକ ନମ୍ବର ଖେଳାଳି ଭିକ୍ଟର ଆକ୍ସେଲସେନ୍‌ ଆହତ ସମସ୍ୟା ପାଇଁ ଓହରି ଯାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ