ଖେଳ ଦେଶ ବିଦେଶ

ପଡିଆରେ ଓ୍ୱାର୍ଣ୍ଣର-ଅମ୍ପାୟାର ମୁହାଁମୁହିଁ : କ୍ରିକେଟ୍ ଲ’ ବୁକ୍ ମାଗିଲେ ଅଷ୍ଟ୍ରେଲିଆ ବ୍ୟାଟର୍

ନୂଆଦିଲ୍ଲୀ ୨୫/୦୩ : ଅଷ୍ଟ୍ରେଲିଆ ଟିମ୍ ଏବେ ପାକିସ୍ତାନ ଗସ୍ତରେ ଅଛି । ଉଭୟ ଟିମ୍ ମଧ୍ୟରେ ସିରିଜର ତୃତୀୟ ଓ ଶେଷ ଟେଷ୍ଟ୍ ଖେଳାଯାଉଛି । ତେବେ ମ୍ୟାଚର ଚତୁର୍ଥ ଦିନରେ ଏକ କ୍ରିଜରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଯେଉଁଥିରେ ଅଷ୍ଟ୍ରେଲିଆ ଓପନର ଡେଭିଡ୍ ଓ୍ୱାର୍ଣ୍ଣର ହଠାତ ଫିଲ୍ଡ ଅମ୍ପାୟରଙ୍କ ସହ ମୁହାଁମୁହିଁ ହୋଇଥିଲେ । ଏପରିକି ସେ ଅମ୍ପାୟାରଙ୍କୁ କ୍ରିକେଟ ନିୟମର ବହି ଦେଖାଇବାକୁ କହିଥିଲେ ।

ସୂଚନାନୁସାରେ, ଦ୍ୱିତୀୟ ପାଳିର ୨୧ ତମ ଓଭରରେ ଏହି ଘଟଣା ଘଟିଥିଲା । ଅମ୍ପାୟାର ଅଲିମ୍ ଦାର ଓ ଏହସାନ ରାଜା ଷ୍ଟ୍ରାଇକ୍ ପରେ ଓ୍ୱାର୍ଣ୍ଣରଙ୍କ ପାଖକୁ ଯାଇଥିଲେ । ଏହାସହ ସଟ୍ ଖେଳିବା ପରେ ପିଚର ଡେଞ୍ଜର ଜୋନ୍ ଆଡେ ନଯିବାକୁ କହିଥିଲେ । ଏହାପରେ ଓ୍ୱାର୍ଣ୍ଣର ପାଲଟା ଜବାବ ଦେଇଥିଲେ । ସେ କିଛି ଭୁଲ କରିନଥିବା ଓ୍ୱାର୍ଣ୍ଣର କହିଥିଲେ ।

ଓ୍ୱାର୍ଣ୍ଣର ରାଗିଯାଇ କହିଥିଲେ ଯେ, ଅମ୍ପାୟାରଙ୍କ ଇଚ୍ଛା ଅନୁସାରେ ସେ ସଟ୍ ଖେଳିପାରିବେ ନାହିଁ । ଏହାସହ ନିୟମ ବହି ଦେଖାଇବାକୁ କହିଥିଲେ । ଏହାସହ ନିୟମାବଳୀ ନଦେଖାଇଲା ଯାଏଁ ସେ ଖେଳିବେ ନାହିଁ ବୋଲି କହିଥିଲେ । ଏପରି ଭାବେ କିଛି ସମୟ ଯାଏଁ ମ୍ୟାଚ୍ ସ୍ଥଗିତ ରହିଥିଲା ।

ସୂଚନାଯୋଗ୍ୟ, ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପ୍ରଥମ ପାଳିରେ ୩୯୧ ରନ୍ କରିଥିଲା । ତେବେ ପାକିସ୍ତାନ ୨୬୮ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହାପରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨୨୭ ରନରେ ପାଳି ଘୋଷଣା କରିଥିଲା ଓ ପାକିସ୍ତାନକୁ ୩୫୧ ରନର ଟାର୍ଗେଟ୍ ଦେଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ