ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡାରେ ନିଆରା ପରମ୍ପରା, ନୂଆ ଫଳକୁ ପୂଜା କରିବା ପାଇଁ କାନ୍ଦୁଲ ଯାତ୍ରା

ଦାରିଙ୍ଗବାଡି ୨୩/୦୪ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଗ୍ରାମରେ ଦୋଳପୁର୍ନମି ପରେ ଅନୁଷ୍ଠିତ ହୋଇ ଯାଇଛି କାନ୍ଦୁଲ ଯାତ୍ରା ବା ଲିଆ ପର୍ବ । ଏହି ଯାତ୍ରାରେ ନୂଆ କରି ଫଳିଥିବା ଝଟା, କାନ୍ଦୁଲ, ମହୁଲ, ଆମ୍ବ, ସିଆଳ ଫଳକୁ ପୂଜା କରିବା ପାଇଁ ଗ୍ରାମବାସୀ ମାନେ ଏକ ହୋଇଥାନ୍ତି । ଏହାର ଏକ କିମ୍ବଦନ୍ତୀ ରହିଛି ଯେଉଁ ମନ୍ଦିରରେ ଏହି ପୂଜା ପାଠ ହୁଏ ସେହି ମନ୍ଦିର ବର୍ଷ ସାରା ବନ୍ଦ ରହିଥାଏ ।

ଏହି ମନ୍ଦିରରେ ମା ଭୈରବୀ ବେବୀ ପୂଜା ପାଇଥାନ୍ତି । ବର୍ଷକୁ ଗୋଟିଏ ଥର ଏହି ମନ୍ଦିର ଖୋଲା ଯାଇଥାଏ ଜାହାରି ଫଳରେ ଏହି ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ଜାତି ଧର୍ମର ମାନସିକ ଧାରୀ ମାନେ ମାନସିକ କରିଥାନ୍ତି । ଏହି ଦିନରେ କାନ୍ଦୁଲକୁ ଭାଜି ପୂଜା କଲା ପରେ ପ୍ରତେକ ଘରେ ନୂଆ ବସ୍ତ୍ର ପିନ୍ଧିବା ସହିତ ଭୋଜି କରି ବନ୍ଧୁ ବାନ୍ଧବଙ୍କ ସହ ଖୁସିବନାଇଥାନ୍ତି ।

ଗ୍ରାମରେ ବିଶ୍ୱାସ ରହିଛି କାନ୍ଦୁଲକୁ ଭାଜି ପୂଜା କଲା ପରେ ଯାଇ ଘରେ ରୋଷେଇ ହୋଇଥାଏ । ଏହା ବହୁ ବର୍ଷ ଆଗୁରୁ ମାନି ଚଳି ଆସୁଥିବା କହିଛନ୍ତି ଗ୍ରାମବାସୀ । ଏହାକୁ ମଧ୍ୟ ନୂଆ ଖିଆ ଯାତ୍ରା ବୋଲି କୁହାଯାଏ । ମାନସିକ ଧାରୀ ମାନେ ମା ଭୈରବୀ ପାଖରେ ଦେଶୀ ଅଣ୍ଡା ପୂଜା କରିବା ସହିତ ବଳି ଦେବାପାଇଁ ଛେଳି, କୁକୁଡ଼ା, ଆଦି ଆଣିଥାନ୍ତି ମନ୍ଦିର ପ୍ରାଙ୍ଗଣରେ ବସି ଧ୍ୟାନ କରିବା ସହିତ ନିଜର ମାନସିକ ପୂରଣ ହେବା ପାଇଁ ଧ୍ୟାନରେ ରହିଥାନ୍ତି ।

ଏହି ଐତିହାସିକ ପର୍ବ ବା କାନ୍ଦୁଲ ଯାତ୍ରା ପର୍ବରେ ପୂଜା ଅର୍ଚ୍ଚନା କଲାପରେ ମାନସିକ ଧାରୀ ମାନେ ଯେଉଁ ଅଭିଳାଷ ସପ୍ନ ଦେଖିଥାନ୍ତି ତାହା ପୂରଣ ହୋଇଥାଏ ବୋଲି ମାନସିକ ଧାରୀ ବିଶ୍ୱାସ କରିଥାନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ