ମନୋରଞ୍ଜନ ରାଜ୍ୟ

ନୂଆଚଳଚ୍ଚିତ୍ର ‘ଉଦଣ୍ଡୀ ସୀତା’ରେ ମୁଖ୍ୟ ଭୂମିକାରେ ଅଶ୍ୱିନୀ-ଦେବଯାନୀ ଯୋଡି

ଚାଷୀ ସମସ୍ୟା ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉପରେ ଆଧାରିତ ହେଇଛି ନୂଆ ଚଳଚ୍ଚିତ୍ର ‘ଉଦଣ୍ଡୀ ସୀତା’ର କାହାଣୀ। ଏଥିରେ ସଂଳାପ ରଚନା କରିଛନ୍ତି ରଜନୀ ରଂଜନ, ଗୀତ ରଚନା କରିଛନ୍ତି ତପୁ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ। ଅଶ୍ୱିନୀ ତ୍ରିପାଠୀ ପ୍ରଡକ୍ସନ୍ ନିର୍ମାଣ କରୁଥିବା ଏଇ ସିନେମାରେ ଅଶ୍ୱିନୀ ଓ ଦେବଯାନୀଙ୍କ ବ୍ୟତୀତ ପିଣ୍ଟୁ ନନ୍ଦ, ସୁଶାନ୍ତ, ସମରେଶ, ଇଲୁ ବାନାର୍ଜୀ, ଭବାନୀ, ଶକ୍ତି ବରାଳ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ସମ୍ପାଦନା କରିଛନ୍ତି ମାନସ ସାହୁ।

ଅତୀତରେ ‘ଉଦଣ୍ଡୀ ସୀତା’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଥିଲେ ଅଭିନେତ୍ରୀ ଅପରାଜିତା। ଅବତାର ସିଂହ ତାହାର ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ବରୂପ ନାୟକ। ଏଥିରେ ଥିବା ଗୀତ ‘ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ’ ବେଶ୍ ଲୋକପ୍ରିୟ ହେଇଥିଲା। ଏବେ ସେଇ ଶୀର୍ଷକକୁ ନେଇ ପୁଣି ଏକ ଚଳଚ୍ଚିତ୍ର ତିଆରି ହେଉଥିବାରୁ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ଜନ୍ମାଇଛି। ଆଲବମ୍ ନାୟିକା ତଥା ଅତୀତରେ ସାହିତ୍ୟ ଦିଦି ଭୂମିକାରେ ଲୋକପ୍ରିୟ ହେଇଥିବା ଅଭିନେତ୍ରୀ ଦେବଯାନୀ ଏଇ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ତାଙ୍କ ବିପକ୍ଷର ନାୟକ ସାଜିଛନ୍ତି ଟେଲିଭିଜନର ଲୋକପ୍ରିୟ ଉପସ୍ଥାପକ ତଥା ଅଭିନେତା ଅଶ୍ୱିନୀ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ