ଖେଳ ଦେଶ ବିଦେଶ

ମହିଳା ବିଶ୍ୱକପ : ‘କର ବା ମର’ ମୁକାବିଲା ଜିତିଲା ଟିମ୍ ଇଣ୍ଡିଆ, ବାଂଲାଦେଶ ୧୧୦ ରନରେ ପରାସ୍ତ

ନୂଆଦିଲ୍ଲୀ,୨୨/୦୩: କର ବା ମର ମୁକାବିଲାରେ ଭାରତୀୟ ମହିଳା ଦଳ ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଛି । ଦଳ ୧୧୦ ରନରେ ବାଂଲାଦେଶକୁ ମାତ୍ ଦେଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୨୯ ରନ୍ କରିଥିଲା । ଜବାବରେ ବାଂଲାଦେଶ ୧୧୯ ରନରେ ଅଲଆଉଟ୍ ହୋଇଯାଇଥିଲା ।

ମଙ୍ଗଳବାର ମୁକାବିଲାରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । କିନ୍ତୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା । ତେବେ ସ୍ମୃତି ମନ୍ଧନା, ସେଫାଳି ଓ ୟାସ୍ତିକା ସ୍ଥିତି ସମ୍ଭାଳିଥିଲେ । ୟାସ୍ତିକା ଭାଟିକା ସର୍ବାଧିକ ୫୦ ରନ୍ କରିଥିବା ବେଳେ ସେଫାଳି ବର୍ମା ୪୨ ଓ ସ୍ମୃତି ମନ୍ଧାନା ୩୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିଚା ଘୋଷ ୨୬ ଓ ହରମନପ୍ରିତ କୌର ୧୪ ରନ୍ କରିଥିଲେ । ଫଳରେ ଦଳ୭ ଓ୍ୱିକେଟ୍ ହରାଇ ୨୨୯ ରନ୍ କରିପାରିଥିଲା ।ଏହାସହ ବାଂଲାଦେଶକୁ ୨୩୦ ରନର ଟାର୍ଗେଟ୍ ଦେଇଥିଲା ଭାରତ ।

ସେହିପରି ବାଂଲାଦେଶ ପକ୍ଷରୁ ରିତୁ ମୋନି ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ମାହିଦା ଆଖତର ଦୁଇଟି ଓ ଜାହାନାରା ଆଲମ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

୨୩୦ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳର ୬ ବ୍ୟାଟର ଦୁଇ ଅଙ୍କ ଛୁଇଁପାରିନଥିଲେ । କେବଳ ସଲମା ଖାତୁନ ୩୨ ରନ୍ କରିଥିଲେ । ଭାରତ ପକ୍ଷରୁ ସ୍ନେହା ରଣା ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଝୁଲଣ ଗୋସ୍ୱାମୀ ଓ ପୂଜା ଭାସ୍ତରକର ଦୁଇଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ଏହି ବିଜୟ ସହ ଭାରତର ସେମିଫାଇନାଲ ଖେଳିବା ଆଶା ଉଜ୍ଜୀବିତ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ