ଖେଳ ଦେଶ ବିଦେଶ

ମାର୍କ ଉଡ୍ ବାଦ୍ ପଡିବା ପରେ ଚିନ୍ତାରେ କେଏଲ ରାହୁଲ, ଏହି ୩ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିପାରେ ଲକ୍ଷ୍ନୌ

ନୂଆଦିଲ୍ଲୀ,୨୧/୦୩: ଆଇପିଏଲ ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟକୁ ଝଟକା । ଦଳର ଷ୍ଟାର୍ ବୋଲର ମାର୍କ ଉଡ୍ ଆହତଜନିତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଦଳ ଇଂଲଣ଼୍ଡର ଏହି ପେସରଙ୍କୁ ୭.୫ କୋଟି ଟଙ୍କାରେ କିଣିଥିଲା । ୨୦୧୯ ବିଶ୍ୱକପ ଟିମ୍‌ର ସଦସ୍ୟ ଥିବା ଉଡଙ୍କ ବଦଳରେ ଆଉ କାହାରିକୁ ଦଳ ଏବେସୁଦ୍ଧା ସାମିଲ କରିନାହିଁ । ଫଳରେ ଅଧିନାୟକ କେଏଲ ରାହୁଲଙ୍କ ଚିନ୍ତା ବଢିଯାଇଛି ।

ଆଉ ଅଳ୍ପଦିନ ଟୁର୍ଣ୍ଣାମେଣ୍ଟ ପାଇଁ ଥିବା ବେଳେ ଲକ୍ଷ୍ନୌ ଅତିଶୀଘ୍ର ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ଚାହିଁବ । ଦଳ ପାଖରେ ଏବେ ଶ୍ରୀଲଙ୍କାର ଦୁଷ୍ମନ୍ଥା ଚମିରା, ଓ୍ୱେଷ୍ଟ ଇଣ୍ଡିଜର ଜାସନ ହୋଲ୍ଡର ଭଳି ବିକଳ୍ପ ରହିଛି । ସେହିପରି ଆଉ କିଛି ଖେଳାଳିଙ୍କୁ ମଧ୍ୟ ଦଳ ଚୂଡାନ୍ତ ଏକାଦଶରେ ସାମିଲ କରିବା ନେଇ ବିଚାର କରିପାରେ, ଯେଉଁମାନେ ନିଲାମରେ ବିକ୍ରି ହୋଇନଥିଲେ ।

ଆଣ୍ଡ୍ରୁ ଟାଇ

ଅଷ୍ଟ୍ରେଲିଆ ବୋଲର ଆଣ୍ଡ୍ରୁ ଟାଇ ଉଡଙ୍କ ଉଚିତ ବିକଳ୍ପ ହୋଇପାରନ୍ତି । ତାଙ୍କ ବେସ୍ ପ୍ରାଇସ ୧ କୋଟି ଥିଲା । ସେ ଏବେସୁଦ୍ଧା ୨୭ଟି ଆଇପିଏଲ ମ୍ୟାଚ୍ ଖେଳି ୪୦ ଓ୍ୱିକେଟ୍ ନେଇ ସାରିଛନ୍ତି । ତେବେ ତାଙ୍କୁ କୌଣସି ଫ୍ରାଞ୍ଚାଇଜ୍ କିଣି ନାହାଁନ୍ତି ।

କେନ୍ ରିଚାର୍ଡସନ୍

ମାର୍କ ଉଡଙ୍କ ବଦଳରେ ରିଚାର୍ଡସନ୍ ମଧ୍ୟ ଭଲ ବିକଳ୍ପ ହୋଇପାରନ୍ତି । ସେ ନିଲାମିରେ ଅନସୋଲ୍ଡ ରହିଥିଲେ । ସେ ମୋଟ୍ ୧୫ଟି ଆଇପିଏଲ ମ୍ୟାଚ୍ ଖେଳି ୧୯ ଓ୍ୱିକେଟ୍ ନେଇ ସାରିଛନ୍ତି । ୩୧ ବର୍ଷୀୟ କେନ୍ ରିଚାର୍ଡସନ ନିଜ ଅନ୍ତରାଷ୍ଟ୍ରୀୟ କ୍ୟାରିଅରରେ ୧୪୨ଟି ମ୍ୟାଚରୁ ୧୮୦ ଓ୍ୱିକେଟ୍ ନେଇ ସାରିଛନ୍ତି ।

ସେହିପରି ପାକିସ୍ତାନୀ ବଂଶୋଦ୍ଭବ ଅଲୀ ଖାନ ଆମେରିକା ତରଫରୁ ଖେଳିଥାନ୍ତି । ସେ ପୂର୍ବରୁ ଦୁଇ ଥର କୋଲକାତା ଟିମ୍‌ରେ ସଦସ୍ୟ ରହିଥିଲେ । ଆହୁରି ମଧ୍ୟ ସେ ଅନେକ ଫ୍ରାଞ୍ଚାଇଜି କ୍ରିକେଟ୍ ଖେଳିଛନ୍ତି । ତାଙ୍କୁ ଲକ୍ଷ୍ନୌ ଦଳରେ ସାମିଲ କରିପାରେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ