ଦେଶ ବିଦେଶ ସ୍ୱାସ୍ଥ୍ୟ

ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ବୁଷ୍ଟର୍‌ ଡୋଜ୍‌ ଟିକା ଦେବାକୁ ବିଚାର କରୁଛି ଭାରତ: ରିପୋର୍ଟ

ନୂଆଦିଲ୍ଲୀ: ସମସ୍ତ ପ୍ରାପ୍ତ ବୟସ୍କଙ୍କୁ କୋଭିଡ୍‌-୧୯ ଟିକାର ବୁଷ୍ଟର୍‌ ଡୋଜ୍‌ ଦେବା ପାଇଁ ଯୋଗ୍ୟ ବିବେଚନା କରିବା କଥା ଏବେ ଭାରତ ବିଚର କରୁଛି ବୋଲି ଏ ସଂକ୍ରାନ୍ତରେ ଜାଣିଥିବା ଦୁଇଟିସୂତ୍ରରୁ ଆଜି ସୂଚନା ମିଳିଛି।

କେତେକ ଦେଶରେ ପୁନର୍ବାର ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୃତୀୟ ଡୋଜ୍‌ ଟିକା ବିନା ବିଦେଶ ଗସ୍ତ କରିବା ଲାଗି କେତେକ ଭାରତୀୟଙ୍କ ପକ୍ଷେ କଷ୍ଟକର ହେଉଥିବାରୁ ଉପରୋକ୍ତ ସିଦ୍ଧାନ୍ତ ବିଷୟରେ ବିଚାର କରାଯାଉଛି।

ସରକାରୀ ଟିକାକରଣ କେନ୍ଦ୍ରରେ ନିଶୁଳ୍କ ହେଉ କି, ଘରୋଇ ହସ୍ପିଟାଲ୍‌‌ରେ ଅର୍ଥ ବିନିମୟରେ ହେଉ, କେବଳ ପ୍ରତ୍ୟକ୍ଷ ସେବାକାରୀ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିବିଶେଷଙ୍କୁ ବୁଷ୍ଟର୍‌ ଡୋଜ୍‌ ‌ଟିକା ନେବାକୁ ପୂର୍ବରୁ ଅନୁମତି ଦିଆଯାଇଥିଲା।

ଉପରୋକ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ବାକି ବୟସ ବର୍ଗର ଜନସାଧାରଣଙ୍କୁ ମାଗଣାରେ ଟିକା ଦିଆ ଯିବ କି, ନାହିଁ ସେ ସଂକ୍ରାନ୍ତରେ ସରକାର ବିତର୍କ କରୁଛନ୍ତି। ତେଣୁ, ସରକାର ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିପାରି ନାହାନ୍ତି।

ଅନୁରୋଧ କରିବା ସତ୍ତ୍ବେ ଏ ବିଷୟରେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ର ତୁରନ୍ତ କୌଣସି ମନ୍ତବ୍ୟ ଦେଇ ନାହାନ୍ତି।

ତେଣେ, ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ବୁଷ୍ଟର୍‌ ଡୋଜ୍‌ ଦେବା ଲାଗି ସାଂସଦମାନେ ଦାବି କରିଛନ୍ତି। ଏସିଆ ଏବଂ ଇଉରୋପ୍‌ର କେତେକ ପ୍ରାନ୍ତରେ ଭୂତାଣର ପୁନଃ ଦ୍ରୁତ ସଂକ୍ରମଣ ହେଉଥିବା ଦର୍ଶାଇ ସର୍ଭିଲେନ୍‌ ପଦକ୍ଷେପ ବଢ଼ାଇବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟମାନଙ୍କୁ ଅନୁରୋଧ କରିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ