ଖେଳ ଦେଶ ବିଦେଶ

କେରଳରେ ଷ୍ଟାଡିୟମ ଗ୍ୟାଲେରି ଭୁଶୁଡ଼ି ୬୦ ଆହତ

ମାଲାପୁରମ୍: ଉତ୍ତର କେରଳ ଜିଲ୍ଲାର ୱାଣ୍ଡୋର ନିକଟ ମାଲାପୁରମଠାରେ ଥିବା ଏକ ଫୁଟବଲ ଷ୍ଟାଡିୟମରେ ଏକ ଅଘଟଣ ଘଟିଛି। ଫୁଟବଲ ଖେଳ ଚାଲିଥିବା ସମୟରେ ଅସ୍ଥାୟୀ ଭାବେ ନିର୍ମିତ ଗ୍ୟାଲେରି ଭୁଷୁଡି ଯାଇଛି। ଶନିବାର ବିଳମ୍ବିତ ରାତିରେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଅଘଟଣରେ ପ୍ରାୟ ୬୦ ଦର୍ଶକ ଆହତ ହୋଇଥିବା ପୁଲିସ କହିଛି।

ସମସ୍ତ ଆହତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ପୁଙ୍ଗୋଡୁରୁ ନିକଟରେ ଥିବା ଏହି ଷ୍ଟାଡିୟମରେ ପ୍ରାୟ ୨୦୦୦ ଦର୍ଶକ ବସିବା ଭଳି ଅସ୍ଥାୟୀ ଗ୍ୟାଲେରି ନିର୍ମାଣ କରାଯାଇଥିଲା। ଉକ୍ତ ଷ୍ଟାଡିୟମରେ ୭ଟି ଫୁଟବଲ ମ୍ୟାଚ ଖେଳାଯିବା ଯୋଜନା ଥିଲା। ଷ୍ଟାଡିୟମ ନିକଟବର୍ତ୍ତୀ ଗାଁଗୁଡିକରେ ଫୁଟବଲ ପ୍ରିୟ ଦର୍ଶକ ଥିବାରୁ ଖେଳ ଦେଖିବାକୁ ଭିଡ଼ ହୋଇଥିଲା । ରାତି ପ୍ରାୟ ୯ଟାରେ ଦୁଇଟି ଆଞ୍ଚଳିକ ଟିମର ମ୍ୟାଚ ଚାଲିଥିବାବେଳେ ନିକଟସ୍ଥ ଗାଁର ବହୁ ଲୋକ ଗ୍ୟାଲେରିରେ ବସି ଫୁଟବଲ ଖେଳ ଉପଭୋଗ କରୁଥିଲେ। ଏହି ସମୟରେ ହଠାତ ଗ୍ୟାଲେରିଟି ଭାଙ୍ଗି ପଡ଼ିଥିଲା। ତେବେ କେହି ଗୁରୁତର ହୋଇ ନଥିବା ପୁଲିସ ପକ୍ଷରୁ କୁହାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ