କଳା ଓ ସଂସ୍କୃତି ରାଜ୍ୟ

ଧୂମଧାମରେ ପାଳିତ ହେଲା ରଙ୍ଗର ପର୍ବ, ମହାପ୍ରଭୁଙ୍କ ଦର୍ଶନ ସହ ହୋଲି ଖେଲି ସମୁଦ୍ର ସ୍ନାନରେ ମଜାନେଲେ ପର୍ଯ୍ୟଟକ

ପୁରୀ ୧୯/୦୩ : ଦୀର୍ଘ ଦୁଇବର୍ଷ ପରେ ପୁରୀରେ ରଙ୍ଗର ପର୍ବ ହୋଲିକୁ ବେଶ୍ ଉତ୍ସାହର ସହ ପାଳନ କରିଛନ୍ତ ପୁରୀବାସୀ । ନିଜ ପରିବାର ସଦସ୍ୟଙ୍କ ସହିତ ରଙ୍ଗ ବୋଳି ହୋଲି ଖେଳର ମଜା ନେଇଛନ୍ତି ଉଭୟ ସହରବାସୀ ଓ ପର୍ଯ୍ୟଟକ । ପୁରୀ ବାସିନ୍ଦାଙ୍କ ସହ ବାହାରୁ ଆସିଥିବା ପର୍ଯ୍ୟଟକ ତଥା ଭକ୍ତ ମାନେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ କରୋନା ବିପତ୍ତିରୁ ବିଶ୍ୱକୁ ମୁକ୍ତ କରିବା ପାଇଁ ପ୍ରାର୍ଥନା କରିଛନ୍ତି ।

ସେପଟେ ବେଳାଭୂମିରେ ପର୍ଯ୍ୟଟକ ମାନେ ଏକତ୍ରିତ ହୋଇ ହୋଲି ଖେଳ ସହ ସମୁଦ୍ର ସ୍ନାନର ମଜା ଉଠାଇଛନ୍ତି । ଦୀର୍ଘ ଦୁଇବର୍ଷ ପରେ ଆଜି ବେଳାଭୂମିରେ ହଜାର ହଜାର ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଧୁମ୍ ଧାମରେ ହୋଲି ଉତ୍ସବକୁ ପାଳନ କରିଛନ୍ତି ଭକ୍ତ, ଶ୍ରଦ୍ଧାଳୁ ଓ ସହରବାସୀ ।‌ ସମଗ୍ର ମାନବ ସମାଜକୁ କରୋନା ମହାମାରୀ ବିପଦରୁ ରକ୍ଷା କରିବା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଅଗଣିତ ଭକ୍ତ ।

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଭକ୍ତମାନେ ନିଜ ପରିବାର ସଦସ୍ୟଙ୍କ ସହ ପତିତପାବନଙ୍କୁ ଦର୍ଶନ କରିବା ସହ ପରସ୍ପରଙ୍କ ମଧ୍ୟରେ ରଙ୍ଗ ବୋଳି ହୋଲିର ଆନନ୍ଦ ନେଇଥିଲେ। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଭକ୍ତ ମାନେ ବେଶ୍ ପ୍ରଶଂସା କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,