ଖେଳ ଦେଶ ବିଦେଶ

ନୂଆ ଜର୍ସିରେ ଦିଲ୍ଲୀ କ୍ୟାପିଟାଲ୍‌ସ

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ୍‌ ପାଇଁ ଦିଲ୍ଲୀ କ୍ୟାପିଟାଲ୍‌ସ ନୂଆ ଜର୍ସିରେ ଦେଖାଦେବ। ଶନିବାର ଏହି ଦଳ ତା’ର ନୂଆ ଜର୍ସିକୁ ଉନ୍ମୋଚିତ କରିଛି। ଏଥିପାଇଁ ସୀମିତ ସଂଖ୍ୟକ ପ୍ରଶଂସକଙ୍କୁ ଦଳର ଘରୋଇ ପଡ଼ିଆ ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଆୟୋଜିତ ଉତ୍ସବକୁ ଡାକିଥିଲା। ଉପସ୍ଥିତ ପ୍ରଶଂସକଙ୍କୁ ଜର୍ସି ପ୍ରଦାନ କରିଥିଲା।

ନୂଆ ଜର୍ସିରେ ଉଭୟ ନାଲି ଓ ନୀଳ ରଙ୍ଗର ସମାହାର ରହିଛି। ନାଲି ରଙ୍ଗକୁ ଦଳର ପଡ଼ିଆ ଭିତର ସାହସକୁ ଦର୍ଶାଇଥିଲା ବେଳେ ନିଳ ରଙ୍ଗ ଦଳର ସନ୍ତୁଳନକୁ ଦର୍ଶାଇଛି। ବାଘ ଚିତ୍ର ମଧ୍ୟ ଲୋଗୋର ଅଂଶବିଶେଷ ରହିଛି। ଜର୍ସି ଉନ୍ମୋଚନକୁ ଶନିବାର ଦଳ ତା’ର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ସେୟାର କରିଛି। ନୂଆ ଜର୍ସି ଖେଳାଳିଙ୍କୁ ଅଧିକ ଉତ୍ସାହିତ କରିବ ବୋଲି କହିଛନ୍ତି ଫ୍ରାଞ୍ଚାଇଜ୍‌ର ମଧ୍ୟବର୍ତୀ ସିଇଓ ବିନୋଦ ବିସ୍ତ।

ୱାଟସନ୍‌ ସହକାରୀ ପ୍ରଶିକ୍ଷକ
ଅଷ୍ଟ୍ରେଲିଆର ପୂର୍ବତନ ଅଲ୍‌ରାଉଣ୍ଡର ସେନ୍ ୱାଟସନ୍‌ ଆଗାମୀ ଆଇପିଏଲ୍‌ ଲାଗି ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ, ସହକାରୀ ପ୍ରଶିକ୍ଷକ ପ୍ରବୀନ ଆମ୍ରେ, ଅଜିତ ଅଗରକର ଓ ବୋଲିଂ ପ୍ରଶିକ୍ଷକ ଜେମ୍ସ ହେପ୍‌ସଙ୍କ ସହ ଦିଲ୍ଲୀ ପ୍ରଶିକ୍ଷକ ମଣ୍ଡଳିରେ ୪୦ ବର୍ଷୀୟ ‌ୱାଟସନ୍‌ ଯୋଗ ଦେଇଛନ୍ତି। ଧଳା ବଲ୍‌ କ୍ରିକେଟ୍‌ରେ ଜଣେ ଶ୍ରେଷ୍ଠ ଅଲ୍‌ରାଉଣ୍ଡର ଭାବେ ପରିଚିତ ୱାଟସନ୍‌ ଅଷ୍ଟ୍ରେଲିଆର ଦୁଇଟି ବିଶ୍ବକପ୍‌ (୨୦୦୭, ୨୦୧୫) ବିଜୟୀ ଦଳର ସଦସ୍ୟ ଥିଲେ। ସେ ସୀମିତ ଓଭର କ୍ରିକେଟ୍‌ରେ ୭୦୦୦ରୁ ଊର୍ଦ୍ଧ୍ବ ରନ୍‌ କରିବା ସହ ୨୦୦ରୁ ଅଧିକ ୱିକେଟ୍‌ ନେଇଛନ୍ତି।

ଅଷ୍ଟ୍ରେଲିଆ ପକ୍ଷରୁ ସେ ୧୯୦ ଦିନିକିଆ ଓ ୫୮ ଟି-୨୦ ଖେଳିବାର ଅଭିଜ୍ଞତା ରଖିଛନ୍ତି। ଆଇପିଏଲ୍‌ରେ ସେ ରାଜସ୍ଥାନ ରୟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ‌ବାଙ୍ଗାଲୋର, ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପକ୍ଷରୁ ଖେଳିଛନ୍ତି। ସେ ୨୦୦୮ ବିଜେତା ରାଜସ୍ଥାନ ରୟାଲ୍ସ ଓ ୨୦୧୮ ବିଜେତା ସିଏସ୍‌କେ ଦଳର ମଧ୍ୟ ସଦସ୍ୟ ଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ