ଖେଳ ଦେଶ ବିଦେଶ

IPL 2022: ଦିଲ୍ଲୀ କ୍ୟାପିଟାଲ୍ସର ବସ୍ ଉପରେ ଆକ୍ରମଣ, ନବ ନିର୍ମାଣ ସେନାର ଉପାଧ୍ୟକ୍ଷ ସମେତ ୪ ଗିରଫ

ମୁମ୍ବାଇ ୧୬।୦୩: ଆଇପିଏଲ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସକୁ ନେଇ ମୁମ୍ବାଇରୁ ଆସିଛି ବଡ ଖବର। ଆଇପିଏଲ ୨୦୨୨ ମାର୍ଚ୍ଚ ୨୬ରୁ ମହାରାଷ୍ଟ୍ରରେ ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ ସମସ୍ତ ଆଇପିଏଲ ଦଳ ମୁମ୍ବାଇରେ ପହଞ୍ଚିବାରେ ଲାଗିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ମୁମ୍ବାଇରେ ପହଞ୍ଚି ଯାଇଛି। ତେବେ ଦିଲ୍ଲୀ କ୍ୟାପିଟାଲ୍ସର ବସ୍ ଉପରେ କିଛି ଅଜଣା ଲୋକ ଆକ୍ରମଣ କରିଛନ୍ତି। ଯେଉଁ ସମୟରେ ଏହି ଆକ୍ରମଣ ହେଲା, ସେହି ସମୟରେ ବସ୍ ପାର୍କିଂରେ ଥିଲା ଏବଂ ଭିତରେ କୌଣସି ଖେଳାଳି ନଥିଲେ। ଖବର ଅନୁଯାୟୀ, ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏନଏସ) ଦ୍ଵାରା ଏହି ଆକ୍ରମଣ କରାଯାଇଛି।

ଏହି ଘଟଣାକୁ ନେଇ କୋଲାବ ପୋଲିସ ଏ ପର୍ଯ୍ୟନ୍ତ ଚାରି ଜଣଙ୍କୁ ଗିରଫ କରିଛି। ଏଥିରେ ଏମଏନଏନଏସ ଟ୍ରାନ୍ସପୋର୍ଟ ଶାଖାର ଉପାଧ୍ୟକ୍ଷ ପ୍ରଶାନ୍ତ ଗାନ୍ଧୀ ମଧ୍ୟ ସାମିଲ୍। ପୋଲିସ୍ ଆଇପିସିର ଧାରା ୧୪୩, ୧୪୭, ୧୪୯, ୪୨୭ ଆଧାରରେ ଅଜଣା ଆକ୍ରମଣକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ଆକ୍ରମଣରେ କ୍ୟାପିଟାଲ୍ସ ଦଳର ଲଗଜରୀ ବସ୍‌ର କାଚ ଭାଙ୍ଗି ଯାଇଛି।

ବସ୍ ପାର୍କିଂରେ ଥିଲା ଏବଂ ଖେଳାଳିଙ୍କୁ ଅଭ୍ୟାସ୍ ସ୍ଥଳ ପର୍ଯ୍ୟନ୍ତ ନେଇ ଯିବାକୁ ପ୍ରସ୍ତୁତ ଥିଲା। ଅନ୍ୟପଟେ ଏମଏନଏନଏସ କାର୍ଯ୍ୟକର୍ତ୍ତା ସହରରେ ବିରୋଧ ପ୍ରଦର୍ଶନ କରିଛନ୍ତି। ସେମାନଙ୍କର କହିବା କଥା ସହରର ବସ ପରିବର୍ତ୍ତେ ବାହାରର ବସ୍ ଗୁଡିକୁ ଭଡାରେ ନିଆଯାଉଛି। ଫଳରେ ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳୁନାହିଁ। ଆକ୍ରମଣ ପରେ ପୋଲିସ ଦିଲ୍ଲୀ କ୍ୟାପିଟାଲ୍ସର ହୋଟେଲ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା କଡାକଡି କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ