ଦେଶ ବିଦେଶ ପର୍ଯ୍ୟଟନ

୨୦୦ ପର୍ଯ୍ୟଟକଙ୍କୁ ଘେରି ଗଲେ ମହୁମାଛି, ଗୁରୁତର ହୋଇ ୨୫ ଜଣ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ

ପୁଣେ: ରବିବାର ଅପରାହ୍ନରେ ପୁଣେର ଜୁନାର ତାଲୁକାରେ ଅବସ୍ଥିତ ଐତିହାସିକ ଶିବନେରୀ ଦୁର୍ଗ ପରିଦର୍ଶନ କରିବାକୁ ଆସିଥିବା ପ୍ରାୟ ୨୦୦ ପର୍ଯ୍ୟଟକଙ୍କୁ ମହୁମାଛି ଆକ୍ରମଣ କରିଛନ୍ତି। ସେହି ପର୍ଯ୍ୟଟଙ୍କମାନଙ୍କ ମଧ୍ୟରୁ ୨୫ ଜଣ ଗୁରୁତର ‌ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏ ନେଇ ରାଜ୍ୟ ଜଙ୍ଗଲ ବିଭାଗୀୟ ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି।

ଗୁରୁତର ୨୫ ଜଣଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରଯାଇ ଚିକିତ୍ସା କରାଯିବା ପରେ ସୁସ୍ଥ ହେବାରୁ ସେମାନଙ୍କୁ ଡିସଚାର୍ଜ କରାଯାଇଛି। ଅଧିକାରୀଙ୍କ କହିବା ମୁତାବକ ଦିନ ପ୍ରାୟ ୧୨.୩୦ ସମୟରେ ବହୁ ସଂଖ୍ୟକ ପର୍ଯ୍ୟଟକ ଏହି ଐତିହାସିକ ଦୁର୍ଗକୁ ବୁଲିବାକୁ ଆସିଥିବା ବେଳେ ଏହି ଘଟଣା ଘଟିଥିଲା।

ଏହି ଐତିହାସିକ ଦୁର୍ଗଟି ହେଉଛି ଛତ୍ରପତି ଶିବାଜୀଙ୍କ ଜନ୍ମସ୍ଥାନ। ଏହି ଦୁର୍ଗଟି ପୁଣେଠାରୁ ୯୫ କିଲୋମିଟର ଦୂରରେ। ପୁଣେ ଜଙ୍ଗଲ ବିଭାଗର ଜଣେ ଅଧିକାରୀ କହିଛନ୍ତି, ‘ଦୁର୍ଗର ମୁଖ୍ୟ ଦ୍ବାରରେ ଥିବା ତିଟୋଟି ମହୁଫେଣାର ମହୁମାଛି ମଣିଷର ବାସ୍ନା ଶୁଙ୍ଘିବା ପରେ ବହୁ ସଂଖ୍ୟାରେ ବାହାରକୁ ଆସି ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କ ଉପରକୁ ମୁଖ୍ୟତଃ କେହି କିଛି ଫିଙ୍ଗିଲେ ହିଁ ସେମାନେ ଉଗ୍ର ହୋଇ ଉଠନ୍ତି।’

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ