କଳା ଓ ସଂସ୍କୃତି

ଶ୍ରୀମନ୍ଦିରରେ ଫଗୁ ଦଶମୀ, ଚାଚେରୀ ବେଶରେ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ଫଗୁ ଦଶମୀ ସହ ମହାପ୍ରଭୁଙ୍କ ଚାଚେରୀ ବେଶ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜିଉମାନେ ଝିମିରି ଫଗୁ, ଚନ୍ଦନ ଲାଗି ହୋଇ ବନ୍ଦାପନା ହୋଇଛନ୍ତି। ଫାଲ୍‌ଗୁନ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁ୍ଙ୍କର ଦୋଳ ଉତ୍ସବ ପାଳିତ ହେଉଥିବା ବ‌େଳେ ରବିବାରଠୁ ଏହି ଉତ୍ସବର ଅବସର ସୃଷ୍ଟି ହୋଇଛି। ଶ୍ରୀବିଗ୍ରହମାନଙ୍କୁ ବୋଇରାଣି, ମାଧାବଳୀ ବସ୍ତ୍ର ପରିଧାନ ସହ ଚାଚରୀ ବେଶ କରାଯାଇଛି। ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ସ୍ବର୍ଣ୍ଣ କୁଣ୍ଡଳରେ ଏବଂ ଦେବୀ ସୁଭଦ୍ରାଙ୍କୁ ସୁବର୍ଣ୍ଣ ତଡ଼ଗିରେ ବିଭୂଷିତ କରାଯାଇଛି। ଗୁଣା, ଝୁମ୍ପା ଓ ଅଧରମାଳ ଆଦି ପୁଷ୍ପାଳଙ୍କାରରେ ମଣ୍ଡିତ ହେବା ପରେ ଚାଚେରୀ ଭୋଗ ଲାଗି ହୋଇଛି।

ତେବେ ରବିବାର ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ଭକ୍ତମାନେ ଏହି ବେଶ ଦର୍ଶନରୁ ବଞ୍ଚିତ ରହିଛନ୍ତି। ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମହାପ୍ରଭୁ୍ଙ୍କ ଆଜ୍ଞାମାଳ ପାଇ ଚଳନ୍ତିପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ବତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥବଲ୍ଲଭ ମଠରେ ପହଞ୍ଚିଥିଲେ। ସେଠାରେ ଅବିର ଓ ଫଗୁ ଲାଗି କରାଯାଇଥିଲା। ଗବେଷକ ଭାସ୍କର ମିଶ୍ରଙ୍କ ମତ ଅନୁଯାୟୀ, ଚାଚେରୀ ଶବ୍ଦ ସଂସ୍କୃତ ‘ଚର୍ଚରୀ’ ଶବ୍ଦର ଅପଭ୍ରଂଶ। ଚର୍ଚରୀ ହେଉଛି ବସନ୍ତ କାଳରେ ଗାନ କରାଯାଉଥିବା ଗୀତ, ବାଦ୍ୟ, ଆମୋଦପ୍ରମୋଦ ଓ ଆନନ୍ଦୋତ୍ସବକୁ ବୁଝାଏ। ଚାଚେରୀ ବେଶ ହେବା ପରେ ମହାପ୍ରଭୁଙ୍କୁ ଆରିସା, ଧଉଳା, ଘି’ନାଡ଼ି, ଖଇରଚୂଳ ଓ ଖିରି ଭୋଗ ଅର୍ପଣ କରାଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,