ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ମଞ୍ଚନାଟକ ‘ଆହେ ନୀଳଶଇଳ’ର ଶୀର୍ଷକ ଗୀତ ଗାଇଲେ ବଲିଉଡ୍ ଗାୟକ ଋତୁରାଜ୍

ଭୁବନେଶ୍ବର : କୋଭିଡ୍ କଟକଣା ଯୋଗୁ ମଞ୍ଚ ନାଟକ, ଯାତ୍ରା ଓ ମେଲୋଡି ଆଦି ମନୋରଂଜନ କାର୍ଯ୍ୟକ୍ରମ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବେଳେ ଏହି ଧାରାକୁ ପୁଣି ଥରେ ସକ୍ରିୟ କରିବା ଲାଗି ‘ଚକଲେଟ୍ ପ୍ରଡକ୍ସସନ୍ସ’ ନେଇଛି ସାହସିକ ପଦକ୍ଷେପ। ଓଡ଼ିଶା ଇତିହାସର ବହୁଚର୍ଚ୍ଚିତ ଅଧ୍ୟାୟକୁ ଆଧାର କରି ପ୍ରସ୍ତୁତ କରୁଛି ମେଗା ମଞ୍ଚ ନାଟକ ‘ଆହେ ନୀଳଶଇଳ’। ଓଡ଼ିଆ ସିନେମା, ଟେଲିଭିଜନ୍ ଓ ମଞ୍ଚର ବହୁ ପରିଚିତ କଳାକାର ଅଭିନୟ କରୁଥିବା ଏହି ଏୗତିହାସିକ ନାଟକର ଶୀର୍ଷକ ଗୀତ ଶନିବାର ଓଡ଼ିଶାର ଏକ ନମ୍ବର ଏଫଏମ୍ ଚାନେଲ୍ ‘ରେଡିଓ ଚକଲେଟ୍’ରେ ରିଲିଜ୍ ହୋଇଛି। ‘ରେଡିଓ ଚକଲେଟ୍’ର ଅଫିସିଆଲ୍ ଫେସବୁକ ଓ ୟୁଟ୍ୟୁବ୍ ଚାନେଲରେ ଏହା ଉପଲବ୍ଧ ହେବ। ବଲିଉଡ୍ ଗାୟକ ଋତୁରାଜ୍ ମହାନ୍ତି ‘ଆହେ ନୀଳଶଇଳ’ର ଶୀର୍ଷକ ଗୀତ ‘ସାରା ଦୁନିଆର ରକ୍ଷକ ଯିଏ, ନିଜ ରକ୍ଷା ପାଇଁ ଧାଉଁଛି ସିଏ..’ ଗାଇଛନ୍ତି । ‘ଆହେ ନୀଳଶଇଳ’ ଜରିଆରେ ପ୍ରଥମ ଥର ଲାଗି ଓଡ଼ିଆ ମଞ୍ଚ ନାଟକ କ୍ଷେତ୍ରରେ ପ୍ରବେଶ କରିଛନ୍ତି ଋତୁରାଜ।

ମୋଗଲ ଶାସନାଧୀନ ଓଡ଼ିଶାରେ ହିନ୍ଦୁ ବିଦ୍ବେଷୀ ନାଏବ ନଜିମର ବିଷଦୃଷ୍ଟିରୁ କିଭଳି ମହାପ୍ରଭୁଙ୍କ ମାନରକ୍ଷା ଲାଗି ତତ୍କାଳୀନ ଗଜପତି ବହୁ କଷ୍ଟ ସହିଛନ୍ତି ଓ ଅତ୍ୟାଚାରର ଶିକାର ହୋଇଛନ୍ତି ତାହା ଉପସ୍ଥାପିତ ହୋଇଛି ‘ଆହେ ନୀଳଶଇଳ’ରେ। ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ଇତିହାସର ଅଭୁଲା ଫର୍ଦ୍ଦକୁ ମଞ୍ଚରେ ଜୀବନ୍ତ କରିବ ଏହି ନାଟକ । ବଳିଷ୍ଠ ଅଭିନୟ, ମନଛୁଆଁ ସଂଳାପ ସହିତ ଏଥିରେ ରହିଛି ତିନିଟି ସୁମଧୁର ଗୀତ। ନାଟକରେ ଭକ୍ତ ସାଲବେଗଙ୍କ ରଚିତ କାଳଜୟୀ ଗୀତ ‘ଆହେ ନୀଳଶୈଳ ପ୍ରବଳମତ୍ତ ବାରଣ…’ ସଂଯୋଜିତ ହୋଇଛି। ଲବ୍ଧପ୍ରତିଷ୍ଠ କଣ୍ଠଶିଳ୍ପୀ ନାଜିଆ ଆଲମ୍ ଓ ଅଭିଜିତ ମିଶ୍ରଙ୍କ କଣ୍ଠରେ ଏହା ରେକର୍ଡ ହୋଇଛି । ପୁଣି ଶ୍ରୀକ୍ଷେତ୍ରର ଲୋକସଂସ୍କୃତି ଆଧାରିତ ଏକ ଭାଙ୍ଗଗୀତ ବି ରହିଛି ନାଟକରେ। ଲୋକପ୍ରିୟ ଗାୟକ ଶ୍ରୀଚରଣ ଏହାକୁ ଗାଇଛନ୍ତି। ସଂଗୀତ ନିର୍ଦ୍ଦେଶକ ସୌମିତ୍ରୀ ପ୍ରତିଟି ଗୀତକୁ ଭିନ୍ନସ୍ବାଦରେ ଉପସ୍ଥାପନ କରିବା ପ୍ରୟାସ କରିଛନ୍ତି ଓ ‘ଆହେ ନୀଳଶଇଳ’ର ଗୀତଗୁଡ଼ିକୁ ଶ୍ରୋତା ପସନ୍ଦ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଲୋକପ୍ରିୟ ଗୀତିକାର ଗୁରୁ ଶତପଥୀ ଗୀତଗୁଡ଼ିକ ରଚନା କରିଛନ୍ତି।

ଖିମଜୀ ଜୁଏଲର୍ସ ସହଯୋଗିତାରେ ପ୍ରସ୍ତୁତ ‘ଆହେ ନୀଳଶଇଳ’ର ରଚନା କରିଛନ୍ତି ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ପ୍ରତିମା ହୋତା। ନିର୍ଦ୍ଦେଶନା ଦେଇଛନ୍ତି ମଞ୍ଚ ଓ ଯାତ୍ରା ଦୁନିଆର ସଫଳ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ। ନାଟକର କାହାଣୀ କଥାସମ୍ରାଟ୍ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ଦ୍ବାରା ଆଂଶିକ ଭାବେ ଅନୁପ୍ରେରିତ। ‘ଆହେ ନୀଳଶଇଳ’ ଆସନ୍ତା ଏପ୍ରିଲ ୭ରୁ ୧୦ ଯାଏ ୪ ଦିନ ଧରି ସଂଧ୍ୟା ୬ଟାରେ ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପରେ ଅଭିନୀତ ହେବ। ଦର୍ଶକଙ୍କ ଲାଗି ଅନଲାଇନରେ ନାଟକର ଅଗ୍ରୀମ ଟିକେଟ ଉପଲବ୍ଧ ହୋଇଛି। ‘ବୁକ୍ ମାଇଁ ସୋ’ ୱେବସାଇଟରୁ ଏହାର ବୁକିଂ କରିହେବ। ଅଗ୍ରୀମ ଟିକେଟ୍ ପାଇବାରେ କୌଣସି ସମସ୍ୟା ହେଲେ ୯୮୫୩୦ ୩୫୧୦୪ / ୮୯୦୮୦୨୦୧୦୪ ନମ୍ବରରେ ଯୋଗାଯୋଗ କରିପାରିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ