ଖେଳ ଦେଶ ବିଦେଶ

ଖୁବ୍ ଶୀଘ୍ର ଭାରତ-ପାକିସ୍ତାନ ସିରିଜ୍ ! ପ୍ରସ୍ତୁତ ହୋଇଛି ଏହି ଯୋଜନା

ନୂଆଦିଲ୍ଲୀ ୧୨/୦୩: ଭାରତ ଓ ପାକିସ୍ତାନ ମଧ୍ୟରେ ଅତିଶୀଘ୍ର ଖେଳାଯିବ ସିରିଜ୍ । ଖୁବ୍ ଶୀଘ୍ର ଏହା ଆୟୋଜନ ହୋଇପାରେ । ଭାରତ ୨୦୦୮ ପରଠୁ ପାକିସ୍ତାନ ଗସ୍ତ କରି ନାହିଁ । ସେହିପରି ପାକିସ୍ତାନ ଦିନିକିଆ ଓ ଟି୨୦ ସିରିଜ୍ ପାଇଁ ୨୦୧୨ରେ ଭାରତ ଗସ୍ତରେ ଆସିଥିଲା । ତେବେ ଉଭୟ ଦଳ ଅନେକ ଥର ଏସିଆ କପରେ ସାମ୍ନାସାମ୍ନି ହୋଇଛନ୍ତି ।

ଉଭୟ ଦେଶ ମଧ୍ୟରେ ସମ୍ପର୍କର ପ୍ରଭାବ କ୍ରିକେଟ୍ ଉପରେ ପଡିଛି । ତେଣୁ ପରସ୍ପର ବିରୋଧରେ ମ୍ୟାଚ୍ ଆଉ ଖେଳାଯାଉ ନାହିଁ । ଏହାମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । କ୍ରିକେଟ ଅଷ୍ଟ୍ରେଲିଆର ସିଇଓ ନିକ୍ ହକଲେ କହିଛନ୍ତି ଯେ, ସେମାନେ ଭାରତ ଓ ପାକିସ୍ତାନ ସହ ତ୍ରିପାକ୍ଷିକ ସିରିଜ୍ ଖେଳିବା ନେଇ ବିଚାର କରୁଛନ୍ତି ।

ସେ କହିଛନ୍ତି ଯେ, ଅଷ୍ଟ୍ରେଲିଆ-ପାକିସ୍ତାନ ଓ ଭାରତ ମଧ୍ୟରେ ସିରିଜ୍ ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି । ତାଙ୍କୁ ତ୍ରିକୋଣୀୟ ସିରିଜ୍ ପସନ୍ଦ । ଅଷ୍ଟ୍ରେଲିଆରେ ପାକିସ୍ତାନ ଓ ଭାରତର ଅନେକ ଲୋକ ରହୁଛନ୍ତି । ସେଠାରେ ତିନି ଟିମକୁ ନେଇ ଏପରି ଏକ ମୁକାବିଲା ହେବା ଆବଶ୍ୟକ । ଯାହାକୁ ସାରା ବିଶ୍ୱ ଦେଖିବାକୁ ଚାହେଁ । ଏନେଇ ସେମାନେ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୧୨ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଶେଷ ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇଥିଲା । ଗତ ୧୦ ବର୍ଷ ହେଲା ଉଭୟ ଦେଶ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ