ଖେଳ ଦେଶ ବିଦେଶ

ବିଶ୍ବ ଇନ୍‌ଡୋର ଦୌଡ଼କୁଦରେ ଭାଗନେବେ ଦୂତି

ନୂଆଦିଲ୍ଲୀ : ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ସର୍ବିୟାର ବେଲ୍‌ଗ୍ରେଡ୍‌ରେ ଆୟୋଜିତ ହେବାକୁ ଯାଉଛି ବିଶ୍ବ ଦୌଡ଼କୁଦ ଇନ୍‌ଡୋର ପ୍ରତିଯୋଗିତା। ଏଥି‌ରେ ଓଡ଼ିଆ ଝିଅ ଦୂତି ଚାନ୍ଦ ଭାଗ ନେବେ। ଭାରତ ଏହି ପ୍ରତିଯୋଗିତା ପାଇଁ ଦଳରେ ଦୁତିଙ୍କ ସମେତ ସଟ୍‌ପୁଟର ତାଜିନ୍ଦରପାଲ୍‌ ସିଂହ ଏବଂ ଲମ୍ବ ଡିଆଁଳି ଏମ୍‌ ଶ୍ରୀଶଙ୍କରଙ୍କୁ ସ୍ଥାନ ଦେଇଛି। ତାଜିନ୍ଦରପାଲ୍‌ (୧୮) ଏବଂ ଶ୍ରୀଶଙ୍କର (୧୪) ସେମାନଙ୍କ ରୢାଙ୍କିଙ୍ଗ୍‌ ଭିତ୍ତିରେ ଦଳରେ ସୁଯୋଗ ପାଇଥିଲା ବେଳେ ଦୂତି ବିଶ୍ବ ଦୌଡ଼କୁଦ ଦ୍ବାରା ଆମନ୍ତ୍ରିତ ଆଥ୍‌ଲେଟ୍‌ ଭାବେ ସାମିଲ ହୋଇଥିବା ଭାରତୀୟ ଦୌଡ଼କୁଦ ସଂଘର ସଭାପତି ଆଦିଲେ ସୁମରିୱାଲା କହିଛନ୍ତି। ଦୂତି ମହିଳା ୬୦ ମିଟର ଇଭେଣ୍ଟ୍‌ରେ ପ୍ରତିଦ୍ବନ୍ଦ୍ବିତା କରିବେ। ପ୍ରଥମେ ଦୂତିଙ୍କ ଦୌଡ଼ ମାର୍ଚ୍ଚ ୧୮ରେ ଥିଲା ବେଳେ ସେହି ଦିନ ଶ୍ରୀଶଙ୍କରଙ୍କ ଲମ୍ବଡିଆଁ ଫାଇନାଲ୍‌ ରହିଛି। ମାର୍ଚ୍ଚ ୧୯ରେ ତାଜିନ୍ଦର ଆକ୍‌ସନ୍‌କୁ ଓହ୍ଲାଇବେ। ଭାରତୀୟ ପ୍ରତିଯୋଗୀମାନେ ଆସନ୍ତା ୧୫ ତାରିଖରେ ବେଲ୍‌ଗ୍ରେଡ୍‌ ଯାତ୍ରା କରିବେ। ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ପୁରୁଷ ଓ ମହିଳାଙ୍କ ପାଇଁ ୧୨ ଇଭେଣ୍ଟ ରହିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ