ଖେଳ ଦେଶ ବିଦେଶ

ଭାରତ-ଶ୍ରୀଲଙ୍କା ପିଙ୍କବଲ୍ ଟେଷ୍ଟ : ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ବେଙ୍ଗାଲୁରୁ ୧୨/୦୩: ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶନିବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ୍ । ଏହି ଦିବା ରାତ୍ର ଟେଷ୍ଟଫ୍ଲଡ୍‌ ଲାଇଟ୍‌ ତଳେ ଗୋଲାପି ବଲ୍‌ରେ ଖେଳାଯିବ । ଉଭୟ ପ୍ରଥମ କରି ପିଙ୍କବଲରେ ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି । ସବୁ ଉତ୍ସାହ ଉଦ୍ଦୀପନାକୁ ନିୟନ୍ତ୍ରଣରେ ରଖି ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

ପ୍ରଥମ ଟେଷ୍ଟରେ ଇନିଂସ ବିଜୟ ପରେ ଘରୋଇ ଦଳର ମନୋବଳ ଶିଖର ଛୁଇଁ ସାରିଛି । କେବଳ ତ୍ରୁଟି ହୀନ ପ୍ରଦର୍ଶନକୁ ପ୍ରାଥମିକତା ଦେଇ ଶ୍ରୀଲଙ୍କା ବିପକ୍ଷରେ ଆଧିପତ୍ୟ ଜାରି ରଖିବାକୁ ଭାରତ ଲକ୍ଷ୍ୟ ରଖିଛି ।ପିଙ୍କ ବଲ୍‌ରେ ଶ୍ରୀଲଙ୍କାର ପ୍ରଦର୍ଶନ ମଧ୍ୟ ବେଶ୍‌ ଉନ୍ନତ ରହିଛି । ୩ଟି ପିଙ୍କ ବଲ୍‌ ଟେଷ୍ଟ ଖେଳି ଶ୍ରୀଲଙ୍କା ୨ଟିରେ ବିଜୟୀ ହୋଇଛି । ଏପଟେ ଭାରତୀୟ ଦଳ ଘରୋଇ ଗ୍ରାଉଣ୍ଡରେ ୨ଟି ପିଙ୍କ ବଲ୍‌ ଟେଷ୍ଟ ଆୟୋଜନ କରି ଅପରାଜେୟ ରହିଛି ।

ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ ପ୍ରଥମ କରି ଦିବା ରାତ୍ର ଟେଷ୍ଟ ଆୟୋଜନ କରିବାକୁ ଯାଉଛି । ଐତିହାସିକ ଟେଷ୍ଟ ପାଇଁ ଷ୍ଟାଡିୟମ୍‌ ପୂର୍ଣ୍ଣ ପ୍ରସ୍ତୁତ । ପିଚ୍‌ ପ୍ରସ୍ତୁତି ସରିଛି । ବୁଧବାର ଅପରାହ୍ଣରେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଭାରତୀୟ ଦଳ ବିଶ୍ରାମ ନେଇଥିଲା । ଗୁରୁବାର ଦଳର ଅଭ୍ୟାସ ଶିବିର ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଖେଳାଳି ଓ କୋଚିଂ ସଦସ୍ୟ ଅଭ୍ୟାସ ଶିବିରରେ ଯୋଗ ଦେଇଥିଲେ । ଦଳର ଯୁବ ଖେଳାଳିଙ୍କ ଉପରେ କୋଚ୍‌ମାନେ ଗୁରୁତ୍ୱ ଦେଇଥିଲେ । ମୟଙ୍କ ଅଗ୍ରୱାଲ୍‌ଙ୍କ ସମେତ ଶୁଭମନ ଗିଲ, ଶ୍ରେୟାସ ଆୟର ପ୍ରମୁଖ ଦୀର୍ଘ ସମୟ ଧରି ବ୍ୟାଟିଂ ଅଭ୍ୟାସ କରିଥିଲେ । ଫିଟ୍‌ ହୋଇ ଫେରିଥିବା ସ୍ପିନର ଅକ୍ଷର ପଟେଲଙ୍କ ଉପରେ କୋଚ୍‌ଙ୍କ ତୀକ୍ଷ୍ଣ ନଜର ରହିଥିଲା । ଗତ ବର୍ଷ ଅହମ୍ମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବା ରାତ୍ର ଟେଷ୍ଟ ଖେଳାଯାଇଥିଲା । ମାତ୍ର ୨ ଦିନ ମଧ୍ୟରେ ଭାରତ ଏହି ଟେଷ୍ଟ ଜିତିଥିଲା। ଅକ୍ଷର ପଟେଲ ଏହି ମ୍ୟାଚ୍‌ରେ ୧୧ଟି ୱିକେଟ୍‌ ନେଇଥିଲେ ।

ବେଙ୍ଗାଲୁରୁ ପିଚ୍‌ ମଧ୍ୟ ସ୍ପିନରଙ୍କୁ ସହାୟତା କରିବ । ତେଣୁ ଭାରତ ପ୍ରଥମ ଟେଷ୍ଟ ଭଳି ଏଠାରେ ମଧ୍ୟ ୩ଜଣ ସ୍ପିନର ନେଇ ଖେଳିବ । ଅକ୍ଷର ଫେରିବା ପରେ ଜୟନ୍ତ ଯାଦବଙ୍କୁ ଏକାଦଶରୁ ବାଦ ଦିଆଯିବା ନିଶ୍ଚିତ ।

ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ ସମୁଦ୍ର ପତନ ଠାରୁ ୩୦୦୦ ଫୁଟ୍‌ ଉଚ୍ଚରେ ରହିଛି । ତେଣୁ ସ୍ଥାନୀୟ ଅଞ୍ଚଳର ଜଳବାୟୁରେ ଆଦ୍ରତା ପରିମାଣ କମ୍‌ ରହିବ । ଦିନରେ ଉତ୍ତାପ ଅଧି ରହୁଥିବାରୁ ରାତ୍ରିରେ କାକର ବହୁ ବିଳମ୍ବରେ ଆସିବ । ଫଳରେ ଖେଳ ସମୟରେ କାକର ପ୍ରଭାବ ପଡ଼ିବନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ