ଦେଶ ବିଦେଶ ମନୋରଞ୍ଜନ

ସୁଶାନ୍ତ ସିଂ ରାଜପୁତ୍‌ଙ୍କୁ ମିଳିଲା ଆମେରିକାର ଗିଫ୍ଟ, ଅଭିନେତାଙ୍କ ଜନ୍ମଦିନରେ ସେଲିବ୍ରେଟ୍‌ କରାଯିବ ‘ସୁଶାନ୍ତ ମୁନ୍‌ ଡେ’

ମୁମ୍ବାଇ ୧୧।୦୩ : ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମିଳିଛି ବର୍ଥଡେ ଗିଫ୍ଟ। ଏଣିକି ସୁଶାନ୍ତଙ୍କ ଜନ୍ମଦିନ ଜାନୁଆରୀ ୨୧ରେ ‘ସୁଶାନ୍ତ ମୁନ୍‌ ଡେ’ ରୂପେ ସେଲିବ୍ରିଟ କରାଯିବ। ମୃତ୍ୟୁ ପରେ ବି ସୁଶାନ୍ତଙ୍କୁ ଏପରି ଗିଫ୍ଟ ଦେଇଛି ଯୁକ୍ତରାଷ୍ଟ୍ର ଆମେରିକାର ଲୁନର ସୋସାଇଟି। ଅନ୍ତରୀକ୍ଷ ପ୍ରତି ସୁଶାନ୍ତଙ୍କ ଭଲ ପାଇବାକୁ ମନେ ପକାଇ ଏପରି ପଦକ୍ଷେପ ନିଆଯାଇଛି ।

ଅଭିନୟ ସହ ଅନ୍ତରୀକ୍ଷ ପ୍ରତି ସୁଶାନ୍ତଙ୍କର ଅହେତୁକ ଦୁର୍ବଳତା ଥିଲା । ଏପରିକି ସେ ଗ୍ରହ ନକ୍ଷତ୍ରଙ୍କ ବିଷୟରେ ବହୁ ବହି ପଢ଼ୁଥିବା ବେଳେ ଜହ୍ନରେ ଜାଗା ବି କିଣି ଦେଇଥିଲେ। ଏପରିକି ନିଜ ଜାଗାକୁ ଦେଖିବାକୁ ଏକ ବହୁମୂଲ୍ୟର ଦୂରବିକ୍ଷଣ ଯନ୍ତ୍ର କିଣି ନିଜ ଘରେ ରଖିଥିଲେ। ମୃତ୍ୟୁ ପୂର୍ବରୁ ଅନ୍ତରୀକ୍ଷ ଉପରେ ପର୍ଯ୍ୟବେଷିତ ଏକ ଫିଲ୍ମ ‘ଚନ୍ଦା ମାମା ଦୂର କେ’ରେ ମେନ୍‌ ଲିଡ ପ୍ଲେ କରିବା ନିମନ୍ତେ ସୁଶାନ୍ତଙ୍କ ନାଁ ମଧ୍ୟ ଫାଇନାଲ ହୋଇଥିଲା। ଏଥିନିମନ୍ତେ ସେ ଖୁବ୍‌ ଉତ୍ସାହିତ ଥିବା ସହ ଆମେରିକା ବି ଯାଇଥିଲେ । ହେଲେ ଏହା ପୂର୍ବରୁ ଘଟିଲା ଅଘଟଣ ।୨୦୨୦ ଜୁନ୍‌ ୧୪ରେ ନିଜ ଘରୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ଯାହାକି ତାଙ୍କ ଫ୍ୟାନ୍ସଙ୍କୁ ଏକ ଶକ୍ତ ଝଟକା ଦେଇଥିଲା।

ସୁଶାନ୍ତଙ୍କ ମୃତ୍ୟୁ ପରେ ଅନ୍ତରୀକ୍ଷ ପ୍ରତି ତାଙ୍କ ଭଲ ପାଇବାକୁ ମନେ ପକାଇ ଆମେରିକାର ଲୁନର ଇଣ୍ଟରନ୍ୟାସନାଲ ତାଙ୍କ ଜନ୍ମ ଦିନକୁ ‘ସୁଶାନ୍ତ ମୁନ୍‌ ଡେ’ ରୂପେ ପାଳନ କରିବ ବୋଲି ନିଜ ସୋସିଆଲ ମିଡିଆ ସାଇଟ୍‌ରେ ଘୋଷଣା କରିଛି। ଏପରି ସୁଶାନ୍ତ ମୁନ୍‌ ଡେ ଏକ ଐତିହାସିକ ଓ ବାର୍ଷିକ କାର୍ଯ୍ୟକ୍ରମ ହିସାବରେ ବିବେଚନା କରାଯିବ । ଏହା ଆସନ୍ତା ବର୍ଷରୁ ଏହା ପାଳିତ ହେବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ