ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଗ୍ରୀଷ୍ମ ମୁକାବିଲା ପାଇଁ ସ୍କୁଲରେ ପାଣି ସୁବିଧା କର

ଭୁବନେଶ୍ବର : ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପଦକ୍ଷେପ ନେବାକୁ ଓସେପା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କୁ ନିର୍ଦେଶ ଦିଆଯାଇଛି। ସ୍କୁଲ ତଥା‌ ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ ଏବଂ କ୍ୟାମ୍ପସରେ ଥିବା ନଳକୂଅ କିମ୍ବା ଅନ୍ୟାନ୍ୟ ପାନୀୟ ଜଳର ଉତ୍ସକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଇବାକୁ କୁହାଯାଇଛି।

ଆବଶ୍ୟକ ହେଲେ ବିଦ୍ୟାଳୟ କର୍ତୃପକ୍ଷ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସହରାଞ୍ଚଳ ପାନୀୟ ଜଳ ଯୋଗାଣ ସଂସ୍ଥା ସହ ଯୋଗାଯୋଗ କରିପାରିବେ। ସ୍କୁଲକୁ ଆସିବା ସମୟରେ ଛାତ୍ରଛାତ୍ରୀ ସାଙ୍ଗରେ ପାଣି ବୋତଲ ଆଣିବା ଲାଗି ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କର୍ତୃପକ୍ଷ ପଦକ୍ଷେପ ନେବେ। ପର୍ଯ୍ୟାପ୍ତ ଓଆରଏସ୍‌ ଉପଲବ୍ଧ କରିବା, ଶ୍ରେଣୀଗୃହ ବାହାରେ କୌଣସି କାର୍ଯ୍ୟକଳାପ ନ କରିବାକୁ ପରାମର୍ଶ ଦିଆଯାଇଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି