ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଦଶମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା : ପିପିଲି-ଭୁବନେଶ୍ୱର ରାସ୍ତା ଅବରୋଧ, ଅଟକିଛି ଶହ ଶହ ଗାଡି

ନିମାପଡ଼ା ୧୦।୦୩ : ପିପିଲି ଟୋଲ୍‌ ଗେଟ୍‌ ନିକଟରେ ରାସ୍ତାରୋକ । ନ୍ୟାୟ ଦାବିରେ ପୁରୀ-ଭୁବନେଶ୍ୱରର ୩୧୬ ନମ୍ବର ଜାତୀୟ ରାଜପଥ ଅବରୋଧ । ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟଲୋକେ । ଉଭୟ ପଟେ ଅଟକିଛି ରହିଛି ଶହ ଶହ ଗାଡ଼ି । ଘଟଣାସ୍ଥଳରେ ଲାଗି ରହିଛି ଉତ୍ତେଜନା । ପିପିଲି ଏସ୍‌ଡିପିଓ ଏବଂ ଆଇଆଇସି ପହଞ୍ଚି ସ୍ଥାନୀୟଲୋକଙ୍କୁ ବୁଝାଇବାକୁ ପ୍ରୟାସ କରୁଛନ୍ତି ।

ଖବର ଅନୁଯାୟୀ, ପିପିଲି ଗୋବିନ୍ଦପୁର ଅନ୍ତର୍ଗତ ମାଟିଆପଡ଼ା ଗାଁର ସୁମିତ୍ରା ଜେନାଙ୍କ ପୁଅ ସୌମ୍ୟରଞ୍ଜନ ଦଶମ ଶ୍ରେଣୀର ଛାତ୍ର ପଢୁଥିଲା । କିନ୍ତୁ ଗତ ୭ତାରିଖ ଦିନ ସନ୍ଧ୍ୟା ୬ଟା ପରଠାରୁ ସେ ନିଖୋଜ ଥିଲେ । ପରଦିନ ମାନେ ୮ତାରିଖ ଦିନ ୧୧ଟା ସମୟରେ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୌମ୍ୟରଞ୍ଜନଙ୍କ ମୃତଦେହ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅନ୍ତର୍ଗତ କନ୍ତିଆକଣ୍ଟା ସ୍ଥିତ ରେଳଲାଇନରେ ପଡ଼ିଥିବାର ଘର ଲୋକଙ୍କୁ ଖବର ଦେଇଥିଲେ ।

ତେବେ ମୃତ ସୌମ୍ୟରଞ୍ଜନ ଉକ୍ତ ଅଞ୍ଚଳର ଜଣେ ଝିଅ ସହ ପ୍ରେମ ସମ୍ପର୍କ ଥିଲା। ଯାହାକି ତାଙ୍କ ମୋବାଇଲ ମେସେଜରୁ ଜଣାପଡିଛି ବୋଲି ଏତଲାରେ ଦର୍ଶାଯାଇଛି । ଏହି ୧୬ ବର୍ଷୀୟ ଦଶମ ଶ୍ରେଣୀର ଛାତ୍ର ସୌମ୍ୟରଞ୍ଜନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ପରିବାର ଏବଂ ଗ୍ରାମବାସୀ ପକ୍ଷରୁ ଅଭିଯୋଗ କରାଯାଇଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି