ଦେଶ ବିଦେଶ ମନୋରଞ୍ଜନ

୧୫ ବର୍ଷ ପରେ ଏହି ଶୋ’କୁ ଅଲବିଦା କହିଲେ ଆଦିତ୍ୟ ନାରାୟଣ, ପୋଷ୍ଟ ସେୟାର କରି ଦେଲେ ସୂଚନା…

ନୂଆଦିଲ୍ଳୀ ୦୯।୦୩ : ଲୋକପ୍ରିୟ ଗାୟକ ଆଦିତ୍ୟ ନାରାୟଣ ବଲିଉଡକୁ କେତେକ ସୁପରହିଟ୍ ଗୀତ ମଧ୍ୟ ଗାଇଛନ୍ତି। ଏହା ସହ ସେ ଗତ ୧୫ ବର୍ଷ ଧରି ‘ସାରେ ଗା ମା ପା’ ଶୋ’କୁ ହୋଷ୍ଟ କରୁଥିଲେ। କିନ୍ତୁ ବର୍ତ୍ତମାନ ସେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହି ରିଆଲିଟି ଶୋ’କୁ ସବୁଦିନ ପାଇଁ ବିଦାୟ ଦେଇଛନ୍ତି। ଆଦିତ୍ୟଙ୍କ ଶୋ’ ଛାଡିବାର ନିଷ୍ପତ୍ତି ତାଙ୍କ ସମସ୍ତ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏନେଇ ସେ ଇନଷ୍ଟାଗ୍ରାମ୍‌ରେ ଏକ ଭାବବିହ୍ବଳ ପୋଷ୍ଟ ସେୟାର କରି ଏହାର ସୂଚନା ଦେଇଛନ୍ତି।

ଏହି ପୋଷ୍ଟରେ ଆଦିତ୍ୟ ଲେଖିଛନ୍ତି, ‘ମୁଁ ଆପଣଙ୍କୁ ଅତ୍ୟନ୍ତ ଦୁଃଖର ସହ କହୁଛି ଯେ ମୁଁ’ ସାରେ ଗା ମା ପା’ର ହୋଷ୍ଟିଂ ଛାଡିଛି। ଏହି ଶୋ’ ମୋର ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ଏହି ଶୋ ’ ଦ୍ବାରା ଜଣେ ୧୮ ବର୍ଷର ବାଳକକୁ ଏକ ବୁଦ୍ଧିମାନ ପୁରୁଷରେ ପରିଣତ କରିଛି। ଯାହାର ଜଣେ ପତ୍ନୀ ଏବଂ ଗୋଟିଏ ଝିଅ ଅଛି। ୧୫ ବର୍ଷ, ୯ଟା ସିଜିନ୍ ଏବଂ ୩୫୦ ଏପିସୋଡ୍। ବିଶ୍ୱାସ କରି ପାରୁନି ଏତେ ବର୍ଷ ଧରି ଆମେ ଏକାଠି କାମ କରିଛୁ। ସମୟ କେତେବେଳେ ଅତିବାହିତ ହେଲା ତାହା ଜଣା ପଡିଲା ନାହିଁ।

ଆଦିତ୍ୟ ତାଙ୍କର ଏହି ପୋଷ୍ଟ ସହିତ ଅନେକ ବଡ ସିଙ୍ଗରମାନଙ୍କ ସହ ମ୍ୟୁଜିକ୍ କମ୍ପୋଜରଙ୍କୁ ଧନ୍ୟବାଦ ଦେଇଛନ୍ତି। ଯେଉଁଥିରେ, ନେହା କକ୍କର, ସୋନୁ ନିଗମ, ଅଲକା ୟାଗ୍ନିକ, ବାପି ଲାହିରି, ହିମେଶ ରେଶମିଆ, ବିଶାଲ ଦାଦଲାନି, ଶାନ, ସାଜିଦ-ୱାଜିଦ, ପ୍ରୀତମ ଏବଂ ମିକା ସିଂଙ୍କ ପରି ସେଲିବ୍ରିଟି ସାମିଲ ଅଛନ୍ତି। ବର୍ତ୍ତମାନ ଆଦିତ୍ୟଙ୍କର ଏହି ପୋଷ୍ଟ ଭାଇାରାଲ୍‌ ହେବା ସହ ତାଙ୍କ ଫ୍ୟାନ୍ସମାନେ ଶୋ’ ଛାଡିବାର ପ୍ରଶ୍ନ ପଚାରୁଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ