ଖେଳ ଦେଶ ବିଦେଶ

ମହିଳା ବିଶ୍ୱକପ : ବାଲାଂଦେଶକୁ ୯ ଓ୍ୱିକେଟରେ ହରାଇଲା ନ୍ୟୁଜିଲାଣ୍ଡ

ଡୁନେଡିନ,୦୮/୦୩: ମହିଳା ଦିନିକିଆ ବିଶ୍ୱକପ୍‌ରେ ଆୟୋଜକ ନ୍ୟୁଜିଲାଣ୍ଡ ପ୍ରଥମ ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ନିକଟରୁ ୩ରନ୍‌ରେ ହାରିବା ପରେ ଗତକାଲି ନ୍ୟୁଜିଲାଣ୍ଡ ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ୯ ୱିକେଟ୍‌ରେ ପରାସ୍ତ କରିଛି ।

ଭେଟେରାନ ବ୍ୟାଟର ସୁଜି ବେଟ୍ସ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଦଳକୁ ବିଜୟୀ କରାଇଥିଲେ । ସେ ମହିଳା ବିଶ୍ୱକପ୍‌ରେ ଦ୍ୱିତୀୟ ନ୍ୟୁଜିଲାଣ୍ଡ ବ୍ୟାଟର ଭାବେ ୧୦୦୦ରନ୍‌ ପୂରଣ କରିଥିଲେ। ପୂର୍ବରୁ ଡିବି ହକ୍‌ଲୀ ଏହି କାରନାମା କରିଥିଲେ । ତାଙ୍କ ନାମରେ ସର୍ବାଧିକ ରନ୍‌ ରେକର୍ଡ଼ ରହିଛି । ସେ ୪୫ଟି ମ୍ୟାଚ୍‌ ଖେଳି ୧୫୦୧ (୨ଶତକ, ୧୦ଅର୍ଦ୍ଧଶତକ) ରନ୍‌ କରିଥିଲେ ।

ସୋମବାର ବର୍ଷା ଯୋଗୁ ମ୍ୟାଚ୍‌ ୨୭ ଓଭର ବିଶିଷ୍ଟ ଖେଳାଯାଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ବାଂଲାଦେଶ ୮/୧୪୦ରନ୍‌ କରିଥିଲା । ଦଳ ପକ୍ଷରୁ ଫରଗାନା ହକ୍‌ ୫୨, ଶାମିମା ସୁଲତାନ ୩୩ରନ୍‌ କରିଥିଲେ । ନ୍ୟୁଜିଲାଣ୍ଡର ଆମି ସାଟ୍ଟର୍ଥୱେଟ ୩ଟି ୱିକେଟ୍‌ ନେଇଥିଲେ । ଜବାବରେ ନ୍ୟୁଜିଲାଣ୍ଡ ୨୦ ଓଭରରେ ୧ ୱିକେଟ୍‌ ବିନିମୟରେ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା । ସୋଫି ଡିଭାଇନ୍‌ ୧୪ରନ୍‌ କରି ଆଉଟ୍‌ ହୋଇଥିବାବେଳେ ବେଟ୍ସ ଅପରାଜିତ ୭୯ (୮ଚୌକା) ଓ ଆମେଲିଆ କିର ଅପରାଜିତ ୪୭ (୫ଚୌକା) ରନ୍‌ କରିଥିଲେ । ବେଟ୍ସ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ