ଖେଳ ଦେଶ ବିଦେଶ

‘ତାଙ୍କ ପାଇଁ ମୁଁ ଭାରତରେ ଏବେ ଲୋକପ୍ରିୟ’ : ହାର୍ଦ୍ଦିକଙ୍କୁ ଧନ୍ୟବାଦ ଦେଲେ ଏନଏକ୍ସଟି ଷ୍ଟାର୍ କାରମେଲୋ

ନୂଆଦିଲ୍ଲୀ ୦୮/୦୩: କ୍ରୀଡା ଜଗତରେ କାହାରି ନା କାହାର ମୁହଁ ଆଉ କାହା ସହ ମେଳ ଖାଇଥାଏ । ଭାରତୀୟ ଦଳର ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କ ଭଳି ଦେଖାଯଉଥିବା ଅନେକ ବ୍ୟକ୍ତି ଅଛନ୍ତି । ଏବେ ସୋସିଆଲ ମିଡିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଦେଖାଯାଉଥିବା ଜଣଙ୍କର ଫଟୋ ଭାଇରାଲ ହେବାରେ ଲାଗିଛି । ତେବେ ଯାହାର ଚେହେରା ପାଣ୍ଡ୍ୟାଙ୍କ ସହ ମେଳ ଖାଉଛି ସେ ସାଧାରଣ ବ୍ୟକ୍ତି ନୁହେଁ । ସେ ହେଉଛନ୍ତି ଡବଲୁ ଡବଲୁ ଇ ଏନଏକ୍ସଟି ଚାମ୍ପିଅନ । ସେ ନିଜେ ମଧ୍ୟ ତାଙ୍କ ସହ ହାର୍ଦ୍ଦିକଙ୍କ ଫଟୋ ଦେଖି ଚକିତ ହୋଇଯାଇଛନ୍ତି ।

ଫଟୋ ଭାଇରାଲ

ହାର୍ଦ୍ଦିକଙ୍କ ଭଳି ଦେଖାଯାଉଥିବା ରେସଲର ହେଲେ କାରମେଲୋ ହାଏସ । ଜଣେ ୟୁଜର ଟ୍ୱିଟ୍ କରି ଉଭୟଙ୍କ ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, କ୍ରିକେଟରେ ସଫଳ କ୍ୟାରିଅର ପରେ ପାଣ୍ଡ୍ୟା ଏବେ ଏନଏକ୍ସଟିରେ ନୂଆ କ୍ୟାରିଅର ଆରମ୍ଭ କରିଛନ୍ତି । ଏହି ଟ୍ୱିଟ୍ ପରେ ଅନେକ ୟୁଜର ପ୍ରତିକ୍ରିୟା ଦେଇଛନ୍ତି ।

ଫଟୋ ଦେଖି ନିଜେ ରେସଲର ବି ଚକିତ

ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ପରେ ନିଜେ ରେସଲର ଚକିତ ହୋଇଯାଇଛନ୍ତି । ସେ ଏଥିପାଇଁ ହାର୍ଦ୍ଦିକଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାରମେଲୋ ଟ୍ୱିଟ୍ କରି ଲେଖିଛନ୍ତି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଭାରତରେ ଟ୍ରେଣ୍ଡ୍ କରାଇଛନ୍ତି । ଏଥିପାଇଁ ବହୁତ ଭଲ ପାଇବା ସେ ହାର୍ଦ୍ଦିକଙ୍କୁ ଦେଇଛନ୍ତି ।

କିଏ କାରମେଲୋ

କାରମେଲୋ ବର୍ତ୍ତମାନ ଏନଏକ୍ସଟି ନର୍ଥ ଆମେରିକା ଚାମ୍ପିଅନ ଅଟନ୍ତି । ତାଙ୍କ ପିଲାଦିନର ନାମ କ୍ରିଶ୍ଚିୟନ ବ୍ରିଘମ । ସେ ୧୯୯୪ ଅଗଷ୍ଟ ୧ ତାରିଖରେ ଜନ୍ମ ହୋଇଥିଲେ । ସେ ଏବେ ଡବଲୁଡବଲୁଇରେ ସାମିଲ ହୋଇଛନ୍ତି । ୨୦୧୫ରେ କୁସ୍ତିଂରୁ ସେ ରେସଲିଂ କ୍ୟାରିଅର ଆରମ୍ଭ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ