ଖେଳ ଦେଶ ବିଦେଶ

ଆଇପିଏଲ ୨୦୨୨: ନେଟ୍ସରେ ଧୋନୀଙ୍କ ଜବରଦସ୍ତ ଅଭ୍ୟାସ

ଚେନ୍ନାଇ, ୦୮/୦୩: ଆଉ କିଛିଦିନ ପରେ ଆରମ୍ଭ ହେବ ଆଇପିଏଲ । ଚଳିତ ବର୍ଷ ୧୦ଟି ଦଳ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଛନ୍ତି । ନୂଆ ସିଜିନ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଖେଳାଳି ଗୁରୁଜାରଟର ସୁରଟରେ ପ୍ରାକ୍ଟିସ ଆରମ୍ଭ କରିଛନ୍ତି । ସିଏସକେ ଟିମ୍ ନିଜର ପଞ୍ଚମ ଟ୍ରଫି ଜିତିବା ପାଇଁ କସରତ ଆରମ୍ଭ କରିଦେଇଛି ।

ତେବେ ମୁକାବିଲା ଆରମ୍ଭ ହେବା ପୂର୍ବରୁ ସିଏସକେ ଅଧିନାୟକ ଏମଏସ ଧୋନୀ ଷ୍ଟାଡିୟରେ ଜବରଦସ୍ତ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଚେନ୍ନାଇ ସୁପର କିଙ୍ଗସ ନିଜର ଟ୍ୱିଟର ପେଜରେ ଧୋନୀଙ୍କ ଭିଡିଓ ଜାରି କରିଛି ।

ନିକଟରେ ବିସିସିଆଇ ଆଇପିଏଲପ ସମସ୍ତ ମ୍ୟାଚ୍ ମହାରାଷ୍ଟ୍ରରେ କରିବା ନେଇ ଘୋଷଣା କରିଥିଲା । ଏହାପରେ ସିଏସକେ ନିଜର ବେସ୍ କ୍ୟାମ୍ପ ଚେନ୍ନାଇରୁ ସୁରଟକୁ ପରିବର୍ତ୍ତନ କରିଥିଲା । କୁହାଯାଉଛି ଯେ, ସୁରଟର ଲାଲ ଭାଇ ଷ୍ଟାଡିୟମର ପିଚ୍ ଓ ଓ୍ୱୋଙ୍ଖଡେ ପିଚ୍‌ ପ୍ରାୟକଃ ସମାନ ଅଟେ ।

ଏହାମଧ୍ୟରେ ସିଏସକେ ଟିମ୍‌କୁ ବଡ ଝଟକା ଲାଗିଛି । ଦଳରୁ ବାଦ ପଡିଛନ୍ତି ଷ୍ଟାର ବୋଲର ଦୀପକ ଚହର । ସେ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଆହତ ହୋଇଥିଲେ । ତେବେ ସେ ସୁସ୍ଥ ହୋଇ ଫେରିବେ ବୋଲି ସିଏସକେ ଏବେବି ଆଶା ରଖିଛି । ତାଙ୍କ ବଦଳରେ କିଏ ସାମିଲ ହେବେ ନା ସେ କିଛି ମ୍ୟାଚ୍ ପରେ ଫେରିବେ ସେନେଇ ସିଏସକେ ତରଫରୁ କୌଣସୀ ସୂଚନା ଦିଆଯାଇ ନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ