ଖେଳ ଦେଶ ବିଦେଶ

ରବି ଶାସ୍ତ୍ରୀଙ୍କ କଥା ଶୁଣି ନଥିଲେ ପିଚ୍ କ୍ୟୁରେଟର୍, ଇଂଲଣ୍ଡଠୁ ମ୍ୟାଚ୍ ହାରିଯାଇଥିଲା ଭାରତ : ସାମ୍ନାକୁ ଆସିଲା ବଡ ଅଭିଯୋଗ

ନୂଆଦିଲ୍ଲୀ ୦୭/୦୩: ୨୦୨୧ରେ ଭାରତ ଗସ୍ତରେ ଆସିଥିଲା ଇଂଲଣ୍ଡ ଟିମ୍ । ଉଭୟ ଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମୁକାବିଲା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ପିଚ୍ କ୍ୟୁରେଟର୍ ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କ ସମେତ ଅନ୍ୟ ବିସିସିଆଇ ଅଧିକାରୀଙ୍କ ନିର୍ଦ୍ଦେଶ ମାନିନଥିଲେ । ଯାହାର ପରିଣାମ ଭାରତୀୟ ଟିମ୍‌କୁ ଭୋଗିବାକୁ ପଡିଥିଲା ।

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ, ତତ୍କାଳୀନ ବୋଲିଂ କୋଚ୍ ଭରତ ଅରୁଣ ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଟେଷ୍ଟ୍ ପୂର୍ବ ସନ୍ଧ୍ୟାରେ ଷ୍ଟାଡିୟମକୁ ଯାଇଥିଲେ । ସେମାନେ ପିଚ୍ କ୍ୟରେଟରଙ୍କୁ ପିଚ୍ ସେମିତ ଛାଡିଦେବା ଦରକାର ଓ ପାଣି ନଦେବାକୁ କହିଥିଲେ । ଏହାପରେ ସେମାନେ ସେଠାରୁ ଚାଲିଯାଇଥିଲେ । କିନ୍ତୁ ସେମାନେ ପିଚରେ ପାଣି ଢାଳିଥିଲେ । ବିସିସିଆଇର କେହି ଜଣେ ବରିଷ୍ଠ ଅଧିକାରୀ ପିଚରେ ପାଣି ଦେବାକୁ କହିଥିବା କ୍ୟରେଟର ସଫେଇ ଦେଇଥିଲେ । ତେବେ କେଉଁ ଅଧିକାରୀ କ୍ୟରେଟରଙ୍କୁ ପାଣି ଢାଳିବାକୁ କହିଥିଲେ ସେନେଇ ବିସିସିଆଇ ତଦନ୍ତ କରୁ ବୋଲି ଦାବି ହେଉଛି ।

ଫେଲ ମାରିଥିଲା ଭାରତୀୟ ଟିମ୍

ସୂତ୍ରାନୁସାରେ, କ୍ୟରେଟର ଯେଉଁ ପିଚରେ ପାଣି ଢାଳିଥିଲେ, ତା ପର ଦିନ ଅର୍ଥାତ ମ୍ୟାଚ୍ ଦିନ ଏହା କଠିନ୍ ହୋଇଯାଇଥିଲା । ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଯେଉଁଥିରେ ଜୋ ରୁଟ୍ ଦମଦାର ୨୧୮ ରନ୍ କରିଥିଲେ । ଇଂଲଣ୍ଡ ଟିମ୍ ୫୭୮ ରନ୍‌ର ବିଶାଳ ସ୍କୋର କରିଥିଲା । ମ୍ୟାଚକୁ ଇଂଲଣ୍ଡ ୨୨୭ ରନରେ ଜିତି ନେଇଥିଲା ।

ମ୍ୟାଚ୍ ପରେ ଭାରତୀୟ ଟିମ୍ ମ୍ୟାନଜମେଣ୍ଟ କ୍ୟୁରେଟରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲା ।କ୍ୟୁରେଟର ଜାଣିଶୁଣି ଏପରି କରିଥିବା ମ୍ୟାନେଜମେଣ୍ଟ ଅଭିଯୋଗ କରିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ