ଖେଳ ଦେଶ ବିଦେଶ

ଓ୍ୱାର୍ଣ୍ଣରଙ୍କ ନୂଆ ଅନ୍ଦାଜ : ସ୍ଲେଜିଂ କଲେ ପାକ୍ ବୋଲର, ହସିଲେ ଅଷ୍ଟ୍ରେଲିଆ ବ୍ୟାଟର

ନୂଆଦିଲ୍ଲୀ ୦୭/୦୩: ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଐତିହାସିକ ଟେଷ୍ଟରେ ବହୁତ କିଛି ନୂଆ ଘଟଣା ଦେଖିବାକୁ ମିଳିଛି । ରାଓ୍ୱଲପିଣ୍ଡିରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ପାକିସ୍ତାନ ବଡ ସ୍କୋର କରିଥିଲା । ଜବାବରେ ଅଷ୍ଟ୍ରେଲିଆ ଖେଳାଳି ମଧ୍ୟ ଦମଦାର ବ୍ୟାଟିଂ କରିଥିଲେ । କିନ୍ତୁ ସମସ୍ତେ ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ବ୍ୟବହାରକୁ ଦେଖି ଚକିତ ହୋଇଯାଇଥିଲେ ।

ସାଧାରଣତଃ ପଡିଆରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଥାନ୍ତି ଓ୍ୱାର୍ଣ୍ଣର । କିନ୍ତୁ ପାକିସ୍ତାନ ବିପକ୍ଷ ଟେଷ୍ଟରେ ତାଙ୍କର ଭିନନ୍ ଅନ୍ଦାଜ ଦେଖିବାକୁ ମିଳିଥିଲା । ପାକ୍ ବୋଲର ଶାହୀନ ଆଫ୍ରିଦି, ନସୀମ ଶାହ ବାରମ୍ବାର ଓ୍ୱାର୍ଣ୍ଣରଙ୍କୁ ସ୍ଲେଜିଂ କରିଥିଲେ । ଉତ୍ତେଜିତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଓ୍ୱାର୍ଣ୍ଣର ହସି ହସି ଏହାର ଜବାବ ଦେଇଥିଲେ ।

ଅଷ୍ଟ୍ରେଲିଆ ପାଳି ବେଳେ ନସୀମ ଶାହଙ୍କ ଏକ ବଲ ଡେଭିଡ ଓ୍ୱାର୍ଣ୍ଣରଙ୍କ କାନ୍ଧରେ ଲାଗିଥିଲା । ଏହାପରେ ନସୀମ ଓ୍ୱାର୍ଣ୍ଣରଙ୍କ ପାଖକୁ ଯାଇ କଣ କହିଥିଲେ । କିନ୍ତୁ ଓ୍ୱାର୍ଣ୍ଣର ଏହାକୁ ହସି ହସି ଉଡାଇ ଦେଇଥିଲେ । ଏହି ପାଳିରେ. ଓ୍ୱାର୍ଣ୍ଣର ୬୮ ରନ୍ କରିଥିଲେ ।

ପାକିସ୍ତାନ କ୍ରିକେଟ୍ ବୋର୍ଡ ସେୟାର କରିଛି ଭିଡିଓ

ପାକିସ୍ତାନ କ୍ରିକେଟ୍ ଓ୍ୱାର୍ଣ୍ଣରଙ୍କ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ପାକିସ୍ତାନ ବୋଲରଙ୍କ ସହ ସେ ହସି ହସି କଥା ହେଉଥିବା ଦେଖିବାକୁ ମିଳିଛି । ସାହିନଙ୍କ ସ୍ୱିଂ ହେଉ ବା ନସୀମଙ୍କ ପେସ୍, ସବୁଥିରେ ଓ୍ୱାର୍ଣ୍ଣର ହସିବା ସହ ଭିନ୍ନ ଅନ୍ଦାଜ ଆପଣାଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ