ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

କେହି ଶୁଣିଲେନି ସମସ୍ୟା, ୫ କିମି ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଲେ ଶତାଧିକ ଛାତ୍ର

ନୂଆପଡ଼ା ୦୭।୦୩ : ୫ କିମି ଚାଲିଲେ ଛାତ୍ର । ପ୍ରିନ୍ସିପାଲ୍‌ଙ୍କୁ ହଟାଇବା ଦାବିରେ ପାଞ୍ଚ କିଲୋମିଟର ଚାଲି ଚାଲି ଆସି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣାରେ ବସିଲେ ଶହେରୁ ଅଧିକ ଛାତ୍ର । ନୂଆପଡ଼ା ନୂଆଡିହି ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଘଟଣା ।

ଖବର ଅନୁଯାୟୀ, ବିଦ୍ୟାଳୟରେ ଅନେକ ସମସ୍ୟା ରହିଛି । ଯେପିରିକ ଖେଳ ପଡିଆ ମରାମତି ହୋଇପାରୁନାହିଁ, ଛାତ୍ରଛାତ୍ରୀଙ୍କ ଖେଳ ସାମଗ୍ରୀ ଦିଆଯାଉନାହିଁ, ଅତ୍ୟଧିକ ବଲ୍‌ ଜଳୁନାହିଁ । ଅଯଥା ଛାତ୍ରମାନଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ଆସୁଛି । ଏହାସହ ଅଧ୍ୟାପକ ନଥିବାରୁ ପାଠପଢା ଅଧାରେ ବାକି ରହିଛି ।

ଦୀର୍ଘ ବର୍ଷ ହେବ ବିଦ୍ୟାଳୟରେ ଅନେକ ସମସ୍ୟା ଲାଗି ରହିଛି । ଯାହାର ସମାଧାନ ପାଇଁ ପ୍ରିନ୍ସିପାଲ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ । କିନ୍ତୁ କୌଣସି ସୁଫଳ ମିଳିଲାନି । ଶେଷରେ ସୋମବାର ଦିନ ନୂଆଡିହି ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶହରୁ ଅଧିକ ଛାତ୍ର ଧାରଣା ଦେଇଛନ୍ତି । ପାଞ୍ଚ କିଲୋମିଟର ଚାଲି ଚାଲି ଆସି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ । ସମସ୍ତ ସମସ୍ୟାର ସମାଧାନ ଦାବି ଆନ୍ଦୋଳନ କରୁଛନ୍ତି ଛାତ୍ର ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି