ଖେଳ ଦେଶ ବିଦେଶ

ଶାହଙ୍କ ପାଇଁ ବଢୁଛି ଅଡୁଆ : ମାନହାନୀ ମୋକଦ୍ଦମା କରିବେ ସାମ୍ବାଦିକ ବୋରିଆ ମଜୁମଦାର

ନୂଆଦିଲ୍ଲୀ,୦୬/୦୩: ଭାରତୀୟ କ୍ରିକେଟର ଋଦ୍ଧିମାନ ଶାହ ପୁଣି ଥରେ ବିବାଦରେ ଫସିଛନ୍ତି । ଦଳରୁ ବାଦ୍ ପଡିବା ପରେ ଜଣେ ସାମ୍ବାଦିକ ତାଙ୍କୁ ଧମକାଇଥିବା ସେ ଅଭିଯୋଗ କରିଥିଲେ । ଯାହା ପରେ ବିସିସିଆଇ ତଦନ୍ତ କରିଥିଲା ଓ ସେ ସାମ୍ବାଦିକଙ୍କ ନାଁ ପ୍ରକାଶ କରିଥିଲେ । ଏହି ଘଟଣାକୁ ନେଇ ସାମ୍ବାଦିକଜଣଙ୍କ ଶାହଙ୍କ ବିରୋଧରେ ମାନହାନୀ ମୋକଦ୍ଦମା କରିବେ ବୋଲି କହିଛନ୍ତି ।

ସୂଚନାନୁସାରେ, ଇଣ୍ଟରଭ୍ୟୁ ନଦେବାରୁ ତାଙ୍କୁ ଜଣେ ସାମ୍ବାଦିକ ଧମକ ଦେଇଥିବା ଅଭିଯୋଗ କରିଥିଲେ ଶାହା। ଶନିବାର ଘଟଣାର ସମସ୍ତ ସୂଚନା ଯାଞ୍ଚ କରୁଥିବା ବିସିସିଆଇ କମିଟିକୁ ଦେଇଥିଲେ ଶାହା। ଏହା ପରେ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ସେ କମିଟିକୁ ସମସ୍ତ ତଥ୍ୟ ଦେଇଛନ୍ତି। ଅଧିକ କିଛି କହି ପାରିବେ ନାହିଁ। ବିସିସିଆଇ ବୈଠକ ବିଷୟରେ ବାହାରେ କୌଣସି ଆଲୋଚନା ନକରିବାକୁ କହିଛି। କାରଣ ବିସିସିଆଇ ହିଁ ସମସ୍ତ ପ୍ରଶ୍ନର ଉତ୍ତର ଦେବ ବୋଲି ଶାହା କହିଥିଲେ।

ବିସିସିଆଇ ଶାହାଙ୍କ ମାମଲାରେ ଯାଞ୍ଚ ପାଇଁ ତିନି ଜଣିଆ କମିଟି ଗଠନ କରିଥିଲା। ଏହି କମିଟିରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା, କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଏବଂ ବିସିସିଆଇ ଶୀର୍ଷ ପରିଷଦ ସଦସ୍ୟ ପ୍ରଭତେଜ ସିଂହ ଭାଟିଆ ସାମିଲ୍ ଥିଲେ। କମିଟି ସାମ୍ନାରେ ଶାହା ନିଜର ସମସ୍ତ କଥା ଏବଂ ସାମ୍ବାଦିକଙ୍କ ନାଁ କହିଥିବା ମିଡିଆରେ କହିଛନ୍ତି ରାଜୀବ ଶୁକ୍ଳା।

ଘଟଣାକୁ ନେଇ ବିବାଦକୁ ଆସିଥିଲେ ସାମ୍ବାଦିକ ବୋରିଆ ମଜୁମଦାର । ସେ ଋଦ୍ଧିମାନଙ୍କୁ ଧମକ ଦେଇଥିବା ଚର୍ଚ୍ଚା ହେଉଛି । ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ବୋରିଆ । ସେ କହିଛନ୍ତି ଯେ, ସମସ୍ତ ଅଭିଯୋଗ ମିଛ । ସେ ଶାହଙ୍କ ବିରୋଧରେ ମାନହାନୀ ମୋକଦ୍ଦମା କରିବେ । ସବୁ କାହାଣୀର ଦୁଇଟି ଦିଗ ରହିଥାଏ । ଋଦ୍ଧିମାନ ହ୍ୱାଟସଆପ୍ ସ୍କ୍ରିନ୍ ସଟରେ ଟ୍ୟାମ୍ପରିଂ କରିଛନ୍ତି । ଏହାସହ ସତ୍ୟର ଜୟ ହେବ ବୋଲି ସେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ