ଖେଳ ଦେଶ ବିଦେଶ

ମହିଳା ବିଶ୍ୱକପ : ଭାରତର ଦମଦାର୍ ଆରମ୍ଭ, ପାକିସ୍ତାନକୁ ୧୦୭ ରନ୍‌ରେ ହରାଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ ୦୬/୩: ମହିଳା ବିଶ୍ୱକପରେ ଭାରତ ଦମଦାର ଆରମ୍ଭ କରିଛି । ଦଳ ପାକିସ୍ତାନକୁ ଏକ ଲିଗ୍ ମୁକାବିଲାରେ ୧୦୭ ରନରେ ପରାସ୍ତ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୨୪୪ ରନ୍ କରିଥିଲା । ଜବବାରେ ପାକିସ୍ତାନ ମାତ୍ର ୧୩୭ ରନରେ ଅଲଆଉଟ୍ ହୋଇଯାଇଥିଲା ।

ମ୍ୟାଚ୍ ପୂର୍ବରୁ ଟସ୍ ଜିତିଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ପଡ଼ିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ଦୁର୍ବଳ ପ୍ରଦର୍ଶନ କରିଥିଲା। ବିସ୍ଫୋଟକ ବ୍ୟାଟର ଶେଫାଳୀ ବର୍ମା ଶୂନରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଦୀପ୍ତି ଶର୍ମା(୪୦) ଓ ସ୍ମୃତି ମାନ୍ଧାନା(୫୨) ଦୁଇ ଜଣ ମିଶି ଦଳ ପାଇଁ ୯୨ ରନ୍‌ ଯୋଡ଼ିଥିଲେ। ଦୀପ୍ତି ଆଉଟ ହୋଇଯିବା ପରେ ଭାରତୀୟ ବ୍ୟାଟିଂ ଅର୍ଡର ଭୁଶୁଡ଼ି ପଡ଼ିଥିଲା।

ଦଳର ସ୍କୋର ୯୬ ହୋଇଥିବା ବେଳେ ଦ୍ୱିତୀୟ ୱିକେଟ୍ ଗଡ଼ିଥିଲା ଆଉ ୧୪୪ ରନ୍‌ବେଳକୁ ଟିମ୍ ଇଣ୍ଡିଆର ୬ଟି ୱିକେଟ୍ ଯାଇସାରିଥିଲା। ଏହାପରେ ଭଲ ସ୍କୋର ପାଇଁ ଟିମ୍ ଇଣ୍ଡିଆକୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। ମାତ୍ର ୧୮ ରନ୍‌ ଭିତରେ ହରମନପ୍ରୀତ କୌର, ସ୍ମୃତି ମନ୍ଧାନା, ଦୀପ୍ତି ଶର୍ମା ଓ ରିଚା ଘୋଷ ଆଉଟ ହୋଇଯାଇଥିଲେ।

ଏହାପରେ ସ୍ନେହା ରାଣା(୫୩ ଅପରାଜିତ) ଓ ପୂଜା ଭାସ୍କର(୬୭) ରନ୍ କରି ସପ୍ତମ ୱିକେଟ୍ ପାଇଁ ୧୨୨ ରନ୍‌ ପାର୍ଟନରସିପ୍ କରି ବିଶ୍ୱରେକର୍ଡ କରିବା ସହିତ ଦଳକୁ ମଜଭୁତ୍ ସ୍ଥିତିକୁ ଆଣିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୪୪ ରନ୍ କରିବାରେ ସକ୍ଷମ ହୋଇପାରିଥିଲା। ପାକିସ୍ତାନ ପକ୍ଷରୁ ନଶରା ସଂଘ ଓ ନିନ୍ଦା ଦାର ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

୨୪୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପାକିସ୍ତାନ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । କୌଣସି ବ୍ୟାଟର ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ଭାରତ ପକ୍ଷରୁ ଝୁଲଣ ଗୋସ୍ୱାମୀ ଦୁଇଟି ଓ୍ୱିକେଟ୍ ନେଇଥିବା ବେଳେ ରାଜେଶ୍ୱରୀ ଗାଏକଓ୍ୱାଡ ୪ଟି ଓ୍ୱିକେଟ୍ ନେଇ ପାକିସ୍ତାନ ବ୍ୟାଟିଂ ଲାଇନ ଧୂଳିସାତ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ