କଳା ଓ ସଂସ୍କୃତି ମନୋରଞ୍ଜନ

ଦୁର୍ଗା ପୂଜା ପେଣ୍ଡାଲରେ ଲାଗିଲା ଅଭିନେତା ସୋନୁ ସୁଦଙ୍କ ମୂର୍ତ୍ତି, ଜାଣନ୍ତୁ ଟ୍ବିଟ୍‌ କରି କ’ଣ କହିଲେ

କଲିକତା ୨୨/୧୦: ଲକଡାଉନ ଓ କରୋନା କାଳରେ ପ୍ରବାସୀ ଶ୍ରମିକଙ୍କୁ ସେ ଯେଉଁ ଭଳି ଭାବେ ସାହାଯ୍ୟର ହାତ ବଢ଼ାଇଛନ୍ତି ତାଙ୍କର ପ୍ରଶଂସା ଚାରିଆଡେ କରାଯାଉଛି। ତେବେ ଏବେ ସୋନୁ ସୁଦ କଲିକତା ଦୁର୍ଗା ପୂଜା ପେଣ୍ଡାଲର ଥିମ ହୋଇଛନ୍ତି। ତାଙ୍କୁ ପୂଜା ପେଣ୍ଡାଲରେ ସାମିଲ କରାଯାଇଛି।
କଲିକତାର ଏକ ଦୁର୍ଗା ପୂଜା ସମିତି ଲକଡାଉନ ସମୟରେ ପ୍ରବାସି ଶ୍ରମିକଙ୍କ କଠିନତାକୁ ଥିମ୍ ଭାବେ ବାଛିଛନ୍ତି। ଲକଡାଉନରେ ପ୍ରବାସୀଙ୍କ ସାହାଯ୍ୟ କରିଥିବାରୁ ତାଙ୍କୁ ସମିତି ସମ୍ମାନିତ କରିଛି। ତାଙ୍କୁ ସମ୍ମାନ ତଥା ସମ୍ମାନିତ କରିବା ଉଦ୍ଦେଶ୍ୟରେ ତାଙ୍କ ମୂର୍ତି ସ୍ଥାପନ କରିଛନ୍ତି। ଲୋକ ତାଙ୍କ ଠାରୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ପ୍ରେରଣା ପାଇବା ପାଇଁ ତାଙ୍କ ମୂର୍ତି ସ୍ଥାପନା କରାଯାଇଥିବା ସମିତି ପକ୍ଷରୁ କୁହାଯାଇଛି।

ତେବେ ପୂଜା ମଣ୍ଡପରେ ତାଙ୍କ ମୂର୍ତି ସାମିଲ ହେବା ପରେ ଟ୍ବିଟ ସୋନୁ ଟ୍ବିଟ୍ କରିଛନ୍ତି। ସେ କହିଛନ୍ତି ଏବେ ସୁଦ୍ଧା ଏହା ତାଙ୍କ ପାଇଁ ସବୁଠୁ ବଡ଼ ପୁରସ୍କାର। ଏହା ବାଦ୍ ସେ ଅନ୍ୟ ଏକ ଟ୍ବିଟରେ କହିଛନ୍ତି ଜୀବନର ମୂଳଧନ କେବଳ ହାତେଇବା ନୁହେଁ ବାଣ୍ଟିବା ମଧ୍ୟ। ଏବେ ବି ଦେଶର ବିଭିନ୍ନ ଇଲାକାରେ ରହୁଥିବା ଲୋକଙ୍କୁ ସେ ସାହାଯ୍ୟ କରୁଛନ୍ତି। କିଛି ଦିନ ତଳେ ସେ ବିହାରର ଏକ ଚାଷୀ ପରିବାରକୁ ମଇଁଷି, ଟ୍ରାକ୍ଟର ଦେବା ସହ ଗାଜିଆବାଦର ଜଣେ ଯବୁତୀଙ୍କ ଚିକିତ୍ସା କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ