ଖେଳ ଦେଶ ବିଦେଶ

ମହିଳା ବିଶ୍ୱକପ : ପାକିସ୍ତାନକୁ ୨୪୫ ରନ୍‌ର ଟାର୍ଗେଟ୍ ଦେଲା ଭାରତ

ନୂଆଦିଲ୍ଲୀ,୦୬/୦୩: ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ଭାରତୀୟ ମହିଳା କ୍ରିକେଟ୍ ଟିମ୍ ବିଶ୍ୱକପ ଲିଗ୍ ମୁକାବିଲାରେ ପାକିସ୍ତାନକୁ ୨୪୫ ରନ୍‌ର ଟାର୍ଗେଟ ଦେଇଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୭ ଓ୍ୱିକେଟରେ ୨୪୪ ରନ୍ କରିଛି । ପୂଜା ବସ୍ତ୍ରାକର ଓ ସ୍ନେହା ରଣା ଅର୍ଦ୍ଧଶତକ ଲଗାଇ ଭାରତକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ ।

ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୨୪୪ ରନ୍‌ କରିପାରିଛି। ୨୪୫ ରନର ଟାର୍ଗେଟ୍ ନେଇ ପାକିସ୍ତାନ ପଡ଼ିଆକୁ ଓହ୍ଲାଇବ।

ଆଜିର ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ର ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ। ଦଳକୁ ପ୍ରାରମ୍ଭିକ ଝଟକା ଲାଗିଥିଲେ ମଧ୍ୟ ପୂଜା ଓ ସ୍ନେହା ଦଳକୁ ମଜବୁତ ସ୍ଥିତିରେ ପହଁଚାଇଥିଲେ ।

ମିତାଲିଙ୍କ ରେକର୍ଡ

ତେବେ ବ୍ୟାଟିଂ କରିବାକୁ ଆସିଥିବା ମିତାଲି ରାଜ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ଚଳିତ ବିଶ୍ୱକପ୍‌ ମ୍ୟାଚ୍ ଖେଳି ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର କ୍ୟାପ୍ଟେନ୍ ମିତାଲି ଏକ ବିରଳ ରେକର୍ଡ କରିଛନ୍ତି। ସେ ଏକମାତ୍ର ମହିଳା କ୍ରିକେଟର୍ ଭାବରେ ୬ଟି ଆଇସିସି ଦିନିକିଆ ବିଶ୍ୱକପ୍‌ ଖେଳିବାର ଗୌରବ ହାସଲ କରିଛନ୍ତି। ତେବେ ୬ ବିଶ୍ୱକପ୍ ଖେଳିବାରେ ତୃତୀୟ ଅନ୍ତର୍ଜାତୀୟ କ୍ରିକେଟର ହୋଇଛନ୍ତି ମିତାଲି। ତାଙ୍କ ପୂର୍ବରୁ ପାକିସ୍ତାନର ଜାଭେଦ ମିୟାଦାଦ ଓ କ୍ରିକେଟ୍‌ ଗଡ୍ କୁହାଯାଉଥିବା ସଚିନ ତେନ୍ଦୁଲକର ୬ ଲେଖାଏ ବିଶ୍ୱକପ୍ ଖେଳିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ