ଖେଳ ଦେଶ ବିଦେଶ

ପୂରଣ ହେଲାନି ଜାଡ଼େଜାଙ୍କ ଦ୍ଵିଶତକ, ଦ୍ରାବିଡଙ୍କ ଉପରେ ବର୍ଷିଲେ ପ୍ରଶଂସକ, ମନେ ପକାଇଲେ ୨୦୦୪ ମସିହାର ଘଟଣା

ମୋହାଲି ୦୫।୦୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ପ୍ରଥମ ଟେଷ୍ଟ ଖେଳାଯାଉଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ୫୭୪ ରନରେ ପାଳି ସମାପ୍ତି ଘୋଷଣା କରିଛି। ଏଥିରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୧୭୫ ରନର ଦମଦାର ଇନିଂସ ଖେଳିଛନ୍ତି। ଭାରତ ଯେବେ ପାଳି ସମାପ୍ତି ଘୋଷଣା କଲା, ସେହି ସମୟରେ ଜାଡେଜା ଅପରାଜିତ ଥିଲେ। ଏମିତିରେ ପ୍ରଶଂସକ ପ୍ରଶ୍ନ କରିଛନ୍ତି ଯେ, ଜାଡେଜାଙ୍କୁ କାହିଁକି ଦ୍ଵିଶତକ ପୂରଣ କରିବାକୁ ଦେଲେନି ରୋହିତ ଶର୍ମା।

ଦ୍ଵିତୀୟ ଦିନରେ ଚା ପାନ ବିରତି ପୂର୍ବରୁ କିଛି ଓଭର ବଳକା ଥିଲା। ସେହି ସମୟରେ ଅଧିନାୟକ ରୋହିତ ଶର୍ମା ଡ୍ରେସିଂ ରୁମରୁ ବାହାରି ବାଉଣ୍ଡରୀ ନିକଟକୁ ଯାଇଥିଲେ। ସେଠାରେ ବସିଥିବା କୁଲଦୀପ ଯାଦବ ସମେତ ଅନ୍ୟ ଖେଳାଳିଙ୍କୁ ଇନିଂସ ଘୋଷଣା କରିବାର ମେସେଜ୍ ଦେଇଥିଲେ। ହେଲେ ଏହାର କିଛି ସମୟ ପରେ ହିଁ ରୋହିତ ଶର୍ମା ନିଜେ ପାଳି ସମାପ୍ତି ଘୋଷଣା କରିବାର ସଙ୍କେତ ଦେଇଥିଲେ।

ଯେତେବେଳେ ଇନିଂସ ଘୋଷଣା ହେଲା ଜାଡେଜା ୧୭୫ ରନରେ ଅପରାଜିତ ଥିଲେ। ଏଥିରେ ୧୭ ଚୌକା ଏବଂ ୩ ଛକା ସାମିଲ୍। ଶତକ ହାସଲ ପରେ ଜାଡେଜା ଦ୍ରୁତ ବ୍ୟାଟିଂ କରିଥିଲେ। ଏହି କାରଣରୁ ପ୍ରଶଂସକଙ୍କୁ ଲାଗିଥିଲା ଯେ, ଆଉ କିଛି ଓଭର ମିଳିଲେ ଟେଷ୍ଟ କ୍ୟାରିୟରରେ ନିଜର ପ୍ରଥମ ଦ୍ଵିଶତକ ପୂରଣ କରି ଦେବେ। ମାତ୍ର ରୋହିତଙ୍କ ଇନିଂସ ଘୋଷଣା ସହ ଜାଡେଜାଙ୍କ ଇନିଂସରେ ମଧ୍ୟ ବ୍ରେକ୍ ଲାଗିଥିଲା।

ସେହି ସମୟରେ ସଚିନ, ଆଉ ଏବେ ଜାଡେଜା

ଯେବେ ଏହି ଘଟଣା ଘଟିଲା କ୍ରିକେଟ୍ ପ୍ରଶଂସକଙ୍କୁ ରାହୁଲ ଦ୍ରାବିଡଙ୍କ କଥା ମନେ ପଡିଛି, ଯିଏ ପୂର୍ବରୁ ଏହି ଧରଣର ନିଷ୍ପତ୍ତି ନେଇ ବିବାଦରେ ରହିଥିଲେ। ରାହୁଲ ଯେବେ ଭାରତୀୟ ଦଳର ଅଧିନାୟକ ଥିଲେ, ପାକିସ୍ତାନ ବିପକ୍ଷରେ ୨୦୦୪ରେ ମୁଲତାନ ଟେଷ୍ଟରେ ସଚିନ ୧୯୪ ରନରେ ଅପରାଜିତ ଥିଲେ। ଆଉ ସେହି ସମୟରେ ଦ୍ରାବିଡ ଇନିଂସ ଘୋଷଣା କରିଥିଲେ। ଏହା ଦେଖି ସଭିଏଁ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ଏବଂ ଏହା ବଡ ବିବାଦର ରୂପ ନେଇଥିଲା। କାହିଁକି ସଚିନଙ୍କୁ ଦ୍ଵିଶତକ ପୂରଣ କରିବାକୁ ଦିଆଗଲାନି, ତାକୁ ନେଇ ଦ୍ରାବିଡଙ୍କ ଉପରେ ଖୁବ୍ ବର୍ଷିଥିଲେ ପ୍ରଶଂସକ।

ଆଜି ଯେବେ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ କୋଚ୍ ଅଛନ୍ତି, ସେହି ସମୟରେ ରୋହିତ ଶର୍ମା ରବୀନ୍ଦ୍ର ଜାଡେଜାଙ୍କୁ ନେଇ ଏହି ନିଷ୍ପତ୍ତି ନେଇଛନ୍ତି। ପୁଣି ଥରେ ଦର୍ଶକଙ୍କ ମନରେ ପୁରୁଣା ସ୍ମୁତି ତାଜା ହୋଇ ଉଠିଛି। ଅନେକ ମିମ୍ସ ଭାଇରାଲ୍ ହେବାରେ ଲାଗିଛି। ଅନେକ ପ୍ରଶ୍ନ କରୁଛନ୍ତି, ଏହି ନିଷ୍ପତ୍ତି ପଛରେ କୋଚ୍ ଦ୍ରାବିଡଙ୍କ ହାତ ରହିଛି।

ସୂଚନାଯୋଗ୍ୟ, ମୋହାଲିରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମ ଇନିଂସରେ ୮ ଓ୍ଵିକେଟ୍ ହରାଇ ୫୭୪ ରନରେ ପାଳି ସମାପ୍ତି ଘୋଷଣା କରିଛି। ଭାରତ ପକ୍ଷରୁ ଜାଡେଜା ଅପରାଜିତ ୧୭୫ ରନ, ଋଷଭ ପନ୍ତ ୯୬ ରନର ଇନିଂସ ଖେଳିଛନ୍ତି। ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଏହା ୧୦୦ତମ ଟେଷ୍ଟ। ସେ ପ୍ରଥମ ଇନିଂସରେ ୪୫ ରନ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ