ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କୋହଲିଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦେଲା ଟିମ୍‌ ଇଣ୍ଡିଆ, ୧୦୦ତମ ଟେଷ୍ଟରେ ନିଆରା ରେକର୍ଡ କଲେ ବିରାଟ:

ନୂଆଦିଲ୍ଲୀ ୦୫/୦୩: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମୋହାଲି ଟେଷ୍ଟ ଖାସ୍‌ ମ୍ୟାଚ୍‌ । କାରଣ କୋହଲିଙ୍କ କ୍ୟାରିୟରର ଏହା ୧୦୦ତମ ଟେଷ୍ଟ ମ୍ୟାଚ୍‌ । ଏହାକୁ ଖାସ୍‌ କରିବାକୁ ଟିମ୍‌ ଇଣ୍ଡିଆ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା । ପ୍ରଥମ ଇନିଂସ ୫୭୪ ରନରେ ସମାପ୍ତ ହେବା ପରେ ଫିଲ୍ଡିଂ ପାଇଁ ଓଲ୍ହାଇଥିଲା ଟିମ୍‌ ଇଣ୍ଡିଆ ।

ପ୍ରଥମ ଇନିଂସ ବୋଲିଂ ପାଇଁ ପଡିଆ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ଟିମ୍‌ ଇଣ୍ଡିଆ ପକ୍ଷରୁ କୋହଲିଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା । ଦଳର ସଦସ୍ୟମାନେ ସାମ୍ନା-ସାମ୍ନୀ ଛିଡା ହୋଇ ବିରାଟଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦେଇଥିଲେ । କୋହଲି ମଧ୍ୟ ଖେଳାଳିଙ୍କ ମଝିରେ ଯାଇଥିଲେ ଏବଂ ଧନ୍ୟବାଦ ଜଣାଇଥି​‌ଲେ । ମୈଦାନରେ ବସିଥିବା ଦର୍ଶକମାନେ ମଧ୍ୟ ବେଶ ଉତ୍ସାହିତ ହୋଇଯାଇଥିଲେ ।

ସୂଚନାଯୋଗ୍ୟ, ଖେଳ ଆରମ୍ଭରୁ ମଧ୍ୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ କୋହଲିଙ୍କୁ ସମ୍ମାନିତ କରିଥିଲେ । ଏକ ସ୍ପେସାଲ କ୍ୟାପ୍‌ ଦେଇଥିଲେ ଦ୍ରାବିଡ୍ । ଯେଉଁଥିରେ ତାଙ୍କର ନାଁ ଏବଂ ଟେଷ୍ଟ ନମ୍ବର ଲେଖାଥିଲା । ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପ୍ରଥମ ଇନିଂସରେ ଭାରତ ୫୭୪ ରନରେ ଅଲଆଉଟ ହୋଇଯାଇଥିଲା। ସେଥିମଧ୍ୟରୁ କୋହଲି ୪୫ ରନ କରିଥିଲେ । ଏହା ସହିତ ସେ ଟେଷ୍ଟ କ୍ରିକେଟରେ ୮ହଜାର ରନ୍‌ ମଧ୍ୟ ପୁରଣ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ