ଖେଳ ଦେଶ ବିଦେଶ

ଭାରତ-ଶ୍ରୀଲଙ୍କା ଟେଷ୍ଟ୍ : ପ୍ରଥମ ଇନିଂସରେ ଭାରତ ୫୭୪/୮

ନୂଆଦିଲ୍ଲୀ,୦୫/୦୩ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୫୭୪ ରନରେ ପାଳି ଘୋଷଣା କରିଛି । ତେବେ ମ୍ୟାଚରେ ରବୀନ୍ଦ୍ର ଜାଡେଜା ଦମଦାର ବ୍ୟାଟିଂ କରିଥିଲେ । ସେ ୧୭୫ ରନ୍ ସ୍କୋର କରିଥିଲେ ।

ଶୁକ୍ରବାର ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଦୁଇ ଓପନର ମୟଙ୍କ ଅଗ୍ରଓ୍ଵାଲ ଏବଂ ରୋହିତ ଶର୍ମା ପ୍ରଥମ ଓ୍ଵିକେଟରେ ୫୨ ରନ ଯୋଡିଥିଲେ। ରୋହିତ ୨୮ ବଲ୍‌ରୁ ୬ ଚୌକା ସହ ୨୯ ରନ କରି ଆଉଟ୍ ହୋଇଥିଲେ। ମୟଙ୍କ ଅଗ୍ରଓ୍ଵାଲ(୩୩) ପାଭିଲିୟନ ଫେରିଥିଲେ। ଏହା ପରେ ଚେତେଶ୍ଵର ପୂଜାରାଙ୍କ ସ୍ଥାନରେ ଦଳରେ ସାମିଲ୍ ହନୁମା ବିହାରୀ ଭଲ ପ୍ରଦର୍ଶନ କରିଛନ୍ତି। ବିହାରୀ ଏବଂ ନିଜ କ୍ୟାରିୟରରେ ୧୦୦ତମ ଟେଷ୍ଟ ଖେଳୁଥିବା ବିରାଟ କୋହଲି ତୃତୀୟ ଓ୍ଵିକେଟ୍ ପାଇଁ ୯୦ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ଦଳୀୟ ସ୍କୋର ୧୭୦ ରନରେ ଭାରତ ତୃତୀୟ ଓ୍ଵିକେଟ୍ ହରାଇଥିଲା। ବିରାଟ କୋହଲି ୪୫ ରନ କରି ଏମ୍ବୁଲଡେନିଆରଙ୍କ ବଲ୍‌ରେ କ୍ଲିନ ବୋଲ୍ଡ ହୋଇଥିଲେ। ପରେ ବିହାରୀ ୫୮ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ।

ଋଷଭ ପନ୍ତ କ୍ରିଜକୁ ଆସିବା ମାତ୍ରେ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ପନ୍ତ ଏବଂ ଶ୍ରେୟସ ଆୟର ପଞ୍ଚମ ଓ୍ଵିକେଟ୍ ପାଇଁ ୫୩ ରନ ଯୋଡିଥିଲେ। ଆୟର ବ୍ୟକ୍ତିଗତ ୨୭ ରନ କରି ଆଉଟ୍ ହୋଇଥିଲେ। ୨୨୮ ରନରେ ୫ ଓ୍ଵିକେଟ୍ ଖସିବା ପରେ ଦଳର ଇନିଂସ ସମ୍ଭାଳିଥିଲେ ପନ୍ତ ଏବଂ ରବୀନ୍ଦ୍ର ଜାଡେଜା। ଉଭୟ ବ୍ୟାଟସମ୍ୟାନ ଷଷ୍ଠ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ ଯୋଡି ଦଳର ସ୍କୋର ୩୦୦ ଅତିକ୍ରମ କରାଇଥିଲେ। ଏହି କ୍ରମରେ ପନ୍ତ ଅର୍ଦ୍ଧଶତକ ହାସଲ ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ତେବେ ଶତକଠୁ ମାତ୍ର ୪ ରନ ଦୂରରେ ରହି ଯାଇଥିଲେ ପନ୍ତ। ସେ ୯୭ ବଲ୍‌ରୁ ୯ ଚୌକା ଓ ୪ ଛକା ସହ ୯୬ ରନ କରି ସୁରଙ୍ଗା ଲାକମଲଙ୍କ ବଲରେ କ୍ଲିନବୋଲ୍ଡ ହୋଇଥିଲେ। ଏହା ପରେ ଜାଡେଜା ଏବଂ ଅଶ୍ଵିନ ଦଳର ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬ ଓ୍ଵିକେଟ୍ ହରାଇ ୩୫୭ ରନ କରିଥିଲା।

ତେବେ ଦ୍ୱିତୀୟ ଦିନର ଖେଳ ୩୫୭ ରନରୁ ଆରମ୍ଭ କରିଥିଲା ଭାରତ । ଉଭୟ ଜାଡେଜା ଓ ଅଶ୍ୱୀନ କ୍ରିଜରେ ରହି ଦମଦାର ବ୍ୟାଟିଂ କରିଥିଲେ । ଅଶ୍ୱୀନ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୬୧ ରନ୍ କରିଆଉଟ୍ ହୋଇଥିଲେ । କିନ୍ତୁ ଜାଡେଜାଙ୍କ ବ୍ୟାଟ୍ ଚୁପ୍ ରହି ନଥିଲା । ଗୋଟିଏ ପରେ ଗୋଟିଏ ଆକର୍ଷଣୀୟ ସଟ୍ ଖେଳିଥିଲେ ସେ । ପ୍ରଥମେ ଶତକ ଓ ପରେ ୧୫୦ ରନ୍ ପୂରଣ କରିଥିଲେ । ଏପରି ଭାବେ ସେ ୧୭୫ ରନ୍ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସାମି ୨୦, ଜୟନ୍ତ ଯାଦବ ୨ ରନ୍ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ