ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆଖି ଫୁଲି ନାଲି ପଡିଯାଇଥିଲା, ଆସ୍ତ୍ରୋପଚାର ପରେ ବାହାରିଲା ଆଖିରୁ ପୋକ

ନୂଆଦିଲ୍ଲୀ ୦୪/୦୩; ଭାରତୀୟ ଡାକ୍ତରଙ୍କ ଏକ ବିରଳତମ ଏବଂ ଜବରଦସ୍ତ ସଫଳତା। ପୁଣିଥରେ ପ୍ରମାଣିତ ହୋଇଛି ଭାରତୀୟଙ୍କ ଜ୍ଞାନ ଓ ଦକ୍ଷତା। ଆମେରିକାର ଡାକ୍ତର ଫେଲ୍‌ ମାରିଥିଲେ। କିନ୍ତୁ ସଫଳତାର ସହ ସର୍ଜରୀ କଲେ ଭାରତୀୟ ଡାକ୍ତର। ଦିଲ୍ଲୀର ବସନ୍ତ କୁଞ୍ଜର ଫୋର୍ଟିସ୍ ହସ୍ପିଟାଲରେ ଏହି ବିରଳ ଅସ୍ତ୍ରୋପଚାର କରିଛନ୍ତି ଡାକ୍ତର। ଆମେରିକୀୟ ମହିଳାଙ୍କ ଆଖି ଓ ଶରୀରରୁ ବାହାର କରିଛନ୍ତି ୩ଟି ଜୀବନ୍ତ ବଟଫ୍ଲାଏ। ଏକ ଭୟଙ୍କର କୀଟ।

ମହିଳା ଜଣଙ୍କ ଦୁଇ ମାସ ପୂର୍ବରୁ ଆମାଜନ ଜଙ୍ଗଲ ବୁଲିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଶରୀରରେ ପୋକ ପସି ଯାଇଥିବା ସନ୍ଦେହ କରାଯାଉଛି। ମହିଳା ଙ୍କ କହିବା ଅନୁଯାୟୀ, ଜଙ୍ଗଲରୁ ଫେରିବା ପରେ ତାଙ୍କ ଆଖି ଏବଂ ଶରୀର ଭିତରେ କିଛି ଚାଲୁଥିବା ସେ ଅନୁଭବ କରିଥିଲେ।

ଏହାପରେ ତାଙ୍କ ଶରୀରରେ ଯନ୍ତ୍ରଣା ଅନୁଭବ ହେଲା ଏବଂ ଆଖି ଫୁଲିଗଲା। ମହିଳା ଜଣଙ୍କ ଆମେରିକାର ହସ୍ପିଟାଲ୍‌କୁ ଯାଇ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। କିନ୍ତୁ ଡାକ୍ତର କିଛି ଦିନ ତାଙ୍କୁ ହସ୍ପିଟାଲ୍‌ରେ ରଖି ମେଡିସିନ୍‌ ଦେଇଥିଲେ। ଏହାପରେ ଯନ୍ତ୍ରଣା କମିଯାଇଥିଲା ଏବଂ ସେ ଘରକୁ ଫେରିଆସିଥିଲେ।

କିଛି ଦିନ ପରେ ପୁଣି ଯନ୍ତ୍ରଣା ଅନୁଭବ ହେବାରୁ ସେ ଦିଲ୍ଲୀ ବସନ୍ତ କୁଞ୍ଜର ଫୋର୍ଟିସ୍ ହସ୍ପିଟାଲ ଯାଇ ଚିକିତ୍ସା କରାଇଲେ। ଡାକ୍ତର ମହୋମ୍ମଦ ନଦିମ୍‌ ତାଙ୍କର ସର୍ଜରୀ କଲେ। ୧୦-୧୫ ମିନିଟ୍‌ ପର୍ଯ୍ୟନ୍ତ ସର୍ଜରୀ ଚାଲିଥିଲା। ଆନାସ୍ଥେସିଆ ବିନା ଏହି ସର୍ଜରୀ ହୋଇଛି।
ସର୍ଜରୀରେ ୩ଟି ଜୀବନ୍ତ ପୋକ ବାହାରିଲା। ୩ଟି ପୋକ ମଧ୍ୟରୁ ଗୋଟେ ଉପର ଆଖି, ଦ୍ବିତୀୟ ଟି ତାଙ୍କ ପିଠି ଏବଂ ତୃତୀୟଟି ତାଙ୍କ ଡାହାଣ ହାତରୁ ମିଳିଛି।

ମାୟିଆସିସ୍ ରୋଗ ପ୍ରାୟତଃ ଗ୍ରାମୀଣ ଅଞ୍ଚଳରେ ଦେଖାଯାଏ। ପ୍ରାୟତଃ ଏହି ପୋକ ଶିଶୁ ମାନଙ୍କ ନାକ ମାଧ୍ୟମରେ ଶରୀରରେ ପ୍ରବେଶ କରିଥାଏ।
ଡାକ୍ତରଙ୍କ କହିବା ଅନୁଯାୟୀ, ଯଦି ମିୟିଆସିସ୍ର ସଠିକ୍‌ ସମୟରେ ଚିକିତ୍ସା ନହୁଏ ତେବେ ଏହା ଶରୀରର ବିଭିନ୍ନ ଅଙ଼୍ଗକୁ କ୍ଷତି ପହଞ୍ଚାଇଥାଏ। ଏହାଦ୍ବାରା ବିରଳ ମେନିଞ୍ଜାଇଟିସ୍ ଏମିତିକି ମୃତ୍ୟୁ ହୋଇପାରେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ