ଖେଳ ଦେଶ ବିଦେଶ

ବିରାଟଙ୍କୁ ଶହେ ତମ ଟେଷ୍ଟ୍ ପାଇଁ ସମ୍ମାନ, ସ୍ୱତନ୍ତ୍ର କ୍ୟାପ୍ ଦେଲେ କୋଚ୍ ଦ୍ରାବିଡ

ନୂଆଦିଲ୍ଲୀ, ୦୪।୦୩ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଶୁକ୍ରବାର ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଶହେ ତମ ଟେଷ୍ଟ୍ ଖେଳୁଥିବା ଦ୍ୱାଦଶ ଭାରତୀୟ ହୋଇପାରିଛନ୍ତି । ତେବେ ମ୍ୟାଚ୍ ପୂର୍ବରୁ କୋଚ୍ ରାହୁଲ ଦ୍ରାବିଡ ବିରାଟଙ୍କୁ ସ୍ୱତନ୍ତ୍ର କ୍ୟାପ୍ ଦେଇଛନ୍ତି । ଏହି ସମୟରେ ମୋହାଲୀ ଷ୍ଟାଡିୟମରେ ପତ୍ନୀ ଅନୁଷ୍କା ବି ଉପସ୍ଥିତ ଥିଲେ ।

ଏହାକୁ ନେଇ ବିରାଟ କହିଛନ୍ତି ଯେ, ସେ ଟେଷ୍ଟ୍ କ୍ୟାରିଅର ଅରମ୍ଭ କରିବା ସମୟରେ କେବେ ଶହେତମ ଟେଷ୍ଟ୍ ଖେଳିବେ ବୋଲି ଭାବି ନଥିଲେ । ସେ ନିଜର ସବୁ କିଛି କ୍ରିକେଟକୁ ଦେଇଛନ୍ତି । ଏବେ ବି ସବୁ ମ୍ୟାଚ୍ ପୂର୍ବରୁ ତାଙ୍କୁ ଡର ଲାଗିଥାଏ । ଶ୍ରୀଲଙ୍କା ବିପକ୍ଷ ଶହେତମ ଟେଷ୍ଟ୍ ପାଇଁ ସେ ଖୁବ୍ ଉତ୍ସାହିତ ଅଛନ୍ତି ।

ସୂଚନାଯୋଗ୍ୟ, କୋହଲି ୨୦୧୧ରେ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷରେ ପଦାର୍ପଣ କରିଥିଲେ । ଏହି ଟେଷ୍ଟରେ ସେ ୪ ଓ ୧୫ ରନ୍ କରିଥିଲେ । ଏହାପରେ ସେ ଦମଦାର ଇନିଂସ ଖେଳି ରେକର୍ଡ ପରେ ରେକର୍ଡ କରିଥିଲେ । ଟେଷ୍ଟରେ ସେ ୭୯୬୨ ରନ୍ କରିଥିବା ବେଳେ ତାଙ୍କ ଆଭରେଜ୍ ରହିଛି ୫୦.୩୯ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ