କଳା ଓ ସଂସ୍କୃତି ଧର୍ମ

ଶ୍ରୀଜିଉଙ୍କ ପାଇଁ ୫କିଲୋ ସୁନାରେ ନୂଆ ଅଳଙ୍କାର ତିଆରି ହେବ, ଦେବେ ମୁମ୍ବାଇର ଜଣେ ଭକ୍ତ : ଡିଜାଇନରେ ବାଜିଛି ମୋହର

ଭୁବନେଶ୍ୱର ୨୨।୧୦: ମହାପ୍ରଭୁଙ୍କ ନିର୍ମାଣ ହେବ ଆଉ ଏକ ସେଟ ସ୍ୱର୍ଣ୍ଣ ଅଳଙ୍କାର । ଏନେଇ ଜଣେ ଦାତା ୫ କିଲୋ ସୁନା ଦେବେ । ପୂର୍ବରୁ ଏକ ସେଟ ସ୍ୱର୍ଣ୍ଣ ଅଳଙ୍କାର ଥିବା ବେଳେ ଆଉ ଏକ ସେଟ ହେବ ନିର୍ମାଣ । ତେବେ ମହାପ୍ରଭୁଙ୍କ ପାଇଁ ନୂତନ କରି ଶ୍ରୀମୁଖ ପଦ୍ମ, ୬ଟି ଝୋବା, ୨ଟି ତଡ଼ଖି ନିର୍ମାଣ ହେବ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ବୈଠକ ସୂଚନା ଦିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦେଶ କ୍ରମେ ନୀତି ପ୍ରଶାସକଙ୍କ ଅଧକ୍ଷତାରେ ହୋଇଥିଲା ବୈଠକ । ବୈଠକରେ ପାଟଜୋଷୀ ମହାପାତ୍ର, ଦେଉଳ କରଣ, ତଢାଉ କରଣ, କମାଣ୍ଡର, ପରିଚାଳନା କମିଟି ସଦସ୍ୟ ଥିଲେ ଉପସ୍ଥିତ ଥିଲେ ।

ଶ୍ରୀବିଗ୍ରହଙ୍କ ଝୋବା, ଶ୍ରୀମୁଖ ପଦ୍ମ, ତଡକୀ ଆଦି ୫ଟି ବର୍ଗର ସ୍ୱର୍ଣ୍ଣ ଅଳଙ୍କାର ନଷ୍ଟ ହୋଇଯାଇଛି। ଶହ ଶହ ବର୍ଷ ପୂର୍ବେ ଏହି ଅଳଙ୍କାର ରଜାରାଜୁଡା ଅମଳର ସ୍ୱର୍ଣ୍ଣକାର ନିର୍ମାଣ କରିଥିଲେ। ନଷ୍ଟ ହୋଇଥିବା ସୁବର୍ଣ୍ଣ ଅଳଙ୍କାରଗୁଡିକୁ ନୂତନ କରି ଗଢ଼ାଯିବ। ଏଥିପାଇଁ ମୁମ୍ବାଇର ଜଣେ ଦାତା ୫କିଲୋ ସୁନା ଦାନ ଦେବାକୁ ସହମତି ଦେଇଛନ୍ତି । ଏହି ଦାନ ସୁନାରେ ମହାପ୍ରଭୁଙ୍କ ନୂତନ ସୁବର୍ଣ୍ଣ ଅଳଙ୍କାର ନିର୍ମାଣ ହେବ।

ଅଳଙ୍କାରଗୁଡିକ ଡିଜାଇନ ମୁମ୍ବାଇ ଦାତା ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ଅନୁମୋଦନ ପାଇଁ ପଠାଇଥିଲେ। ଏହା ପରେ ଶ୍ରୀମନ୍ଦିର ରୂପକାର ଏବଂ ବଣିଆ ଡିଜାଇନଗୁଡିକୁ ପରଖିଥିଲେ। ଡିଜାଇନ ମହାପ୍ରଭୁଙ୍କ ମୂଳ ଅଳଙ୍କାର ଡାଜାଇନଗୁଡିକ ସହ ମେଳ ଖାଉଥିବା ନେଇ ରିପୋର୍ଟ ଦେଇଥିଲେ । ବୁଧବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟିର ପାଞ୍ଚ ଜଣ ସେବାୟତ ସଦସ୍ୟ, ଭଣ୍ଡାର ନାୟକ ପାଟ୍ଟଯୋଷୀ ମହାପାତ୍ର, ଭଣ୍ଡାରମେକାପ, ଦେଉଳ କରଣ, ତଢ଼ାଉକରଣ, କମାଣ୍ଡର, ନୀତି ପ୍ରଶାସକଙ୍କୁ ନେଇ ଅନୁଷ୍ଠିତ ବୈଠକ ଅନୁମୋଦନ ଦେଇଛି ।

ବଣିଆ ଆଉ ରୂପକାର ପରଖିଥିବା ଅଳଙ୍କାର ମଧ୍ୟରେ ରହିଛି ମା’ସୁଭଦ୍ରାଙ୍କ ଦୁଇଟି ସୁବର୍ଣ୍ଣ ତଡକୀ, ତିନି ଠାକୁରଙ୍କ ଛଅଟି ଝୋବା, ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ୫୧ଟି ଶ୍ରୀମୁଖ ସୁବର୍ଣ୍ଣ ପାଖୁଡା, ପ୍ରଭୁ ବଡ଼ଠାକୁରଙ୍କ ୩୮ଟି ଶ୍ରୀମୁଖ ସୁବର୍ଣ୍ଣ ପାଖୁଡା। ଏହି ରିପୋର୍ଟ ଆଧାରରେ ମହାପ୍ରଭୁଙ୍କ ସୁବର୍ଣ୍ଣ ଅଳଙ୍କାର ଡିଜାଇନଗୁଡିକୁ ଆଜି ଅନୁମୋଦନ ମିଳିଛି । ଅନୁମୋଦିତ ଡିଜାଇନ ଆଧାରରେ ମୁମ୍ବାଇର ସ୍ୱର୍ଣ୍ଣକାରମାନେ ମହାପ୍ରଭୁଙ୍କ ନୂତନ ଅଳଙ୍କାର ନିର୍ମାଣ କରିବେ ବୋଲି ସୂଚନା ମିଳିଛି । ଗତ ମାସରେ ନଷ୍ଟ ହୋଇ ଯାଇଥିବା ସୁନା ଅଳଙ୍କାରକୁ ପରଖିବାକୁ ମୁମ୍ବାଇରୁ ଦାତାଙ୍କ ସହ କାରିଗର ଆସିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ