ଖେଳ ଦେଶ ବିଦେଶ

ମହିଳା ଦିନିକିଆ ବିଶ୍ୱକପ୍ ଆରମ୍ଭ : ଉଦଘାଟନୀ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୨୬୦ ରନ୍‌ର ଟାର୍ଗେଟ୍ ଦେଲା ଇଣ୍ଡିଜ୍

ନୂଆଦିଲ୍ଲୀ,୦୪/୦୩: ଶୁକ୍ରବାରଠୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଛି ଆଇସିସି ମହିଳା ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ । ଆୟୋଜକ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯାଉଛି । ଭାରତ ଆସନ୍ତା ୬ ତାରିଖ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଚଳିତ ବର୍ଷ ସବୁ ମ୍ୟାଚ୍‌ରେ ଡିଆର୍‌ଏସ୍‌ ନିୟମ ଉପଲବ୍ଧ ହେବ ଏବଂ ମ୍ୟାଚ୍‌ର ସିଧା ପ୍ରସାରଣ କରାଯିବ ।

ତେବେ ଉଦଘାଟନୀ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ଇଣ୍ଡିଜ୍ । ପ୍ରଥମେ ବ୍ୟାଟିଂ କରି ଓ୍ଲେଷ୍ଟ୍ ଇଣ୍ଡିଜ ୫୦ ଓଭରରେ ୨୫୯ ରନ୍ କରିଥିଲା । ସେହିପରି ଏବେସୁଦ୍ଧା ନ୍ୟୁଜିଲାଣ୍ଡ ୩୧ ରନ୍ କରି ବ୍ୟାଟିଂ କରୁଛି । ଦଳ ଗୋଟିଏ ଓ୍ୱିକେଟ୍ ହରାଇଛି ।

ମହିଳା ବିଶ୍ୱକପ୍‌ରେ ମୋଟ ୮ଟି ଦଳ ଯଥା ଆୟୋଜକ ନ୍ୟୁଜିଲାଣ୍ଡ ସମେତ ଭାରତ, ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଭାଗ ନେବେ । ରାଉଣ୍ଡ-ରବିନ ଏବଂ ନକ୍‌ଆଉଟ୍‌ ପର୍ଯ୍ୟାୟ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ସେମି ଫାଇନାଲ୍‌ ଓ ଫାଇନାଲ୍‌କୁ ମିଶାଇ ମୋଟ ୩୧ଟି ମ୍ୟାଚ୍‌ ରହିଛି । ଲିଗ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ଅନ୍ୟ ୭ଟି ଦଳ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବ ।

ସେଥିମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ୪ଟି ଦଳ ସେମି ଫାଇନାଲ୍‌କୁ ଉନ୍ନୀତ ହେବେ । ନ୍ୟୁଜିଲାଣ୍ଡର ୬ଟି ଭେନ୍ୟୁ ଯଥା ହାଗଲେ ଓଭାଲ, ଇଡେନ ପାର୍କ, ବେ ଓଭାଲ, ସେଡନ ପାର୍କ, ୱେଲିଂଟନ ଓ ଡୁନେଡିନରେ ମ୍ୟାଚ୍‌ ଖେଳାଯିବ । ସେମି ଫାଇନାଲ୍‌ ମୁକାବିଲା ୱେଲିଂଟନ୍‌ ଓ ଖ୍ରୀଷ୍ଟଚର୍ଚ୍ଚ ମାର୍ଚ୍ଚ ୩୦ ଓ ୩୧ତାରିଖ ଅନୁଷ୍ଠିତ ହେବାକୁ ଥିବାବେଳେ ଏପ୍ରିଲ ୩ ତାରିଖ ହାଗ୍‌ଲେ ଓଭାଲରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ।

ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ସର୍ବାଧିକ ୬ଥର ଚାମ୍ପିଅନ୍‌ ହୋଇଥିବା ବେଳେ ଇଂଲଣ୍ଡ ୪ଥର ଏବଂ ନ୍ୟୁଜିଲାଣ୍ଡ ଥରେ ଚାମ୍ପିଅନ୍‌ ହୋଇଛି। ଭାରତ ଦୁଇଥର ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଛି । ୨୦୦୫ ସଂସ୍କରଣରେ ଭାରତ ପ୍ରଥମ ଥର ଫାଇନାଲ୍‌ରେ ପ୍ରବେଶ କରିଥିଲା । ୨୦୧୭ ସଂସ୍କରଣରେ ଭାରତ ପୁଣି ଫାଇନାଲ୍‌ରେ ପହଞ୍ଚିଥିଲା । କିନ୍ତୁ ଇଂଲଣ୍ଡଠୁ ୯ ୱିକେଟ୍‌ରେ ହାରି ଟାଇଟଲ ଆଶା ଧୂଳିସାତ୍‌ କରିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ