ଖେଳ ଦେଶ ବିଦେଶ

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍ : ମଧ୍ୟାହ୍ନ ଭୋଜନ ସୁଦ୍ଧା ଟିମ୍ ଇଣ୍ଡିଆ ୧୦୯/୨

ନୂଆଦିଲ୍ଲୀ,୦୪/୦୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲି ଷ୍ଟାଡିୟମରେ ଟେଷ୍ଟ୍ ସିରିଜର ପ୍ରଥମ ମୁକାବିଲା ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ଏବେସୁଦ୍ଧା ୨ ଓ୍ୱିକେଟ ହରାଇ ୧୦୯ ରନ୍ କରିଛି । କ୍ରିଜରେ ବିରାଟ କୋହଲି ଓ ହନୁମା ବିହାରୀ ବ୍ୟାଟିଂ କରୁଛନ୍ତି ।

ଶେଷ ଖବର ସୁଦ୍ଧା ଭାରତ ପାଇଁ ଓପନିଂ କରିବାକୁ ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ୱାଲ କ୍ରିଜକୁ ଓହ୍ଲାଇଥିଲେ । ତେବେ ରୋହିତ ପ୍ରଥମେ ୨୯ ରନ୍ କରି ଆଉଟ ହୋଇଥିଲେ । ସେହିପରି ମୟଙ୍କ ୪୯ ବଲରୁ ୩୩ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ଓ ଏମ୍ବୁଲଡେନିଆ ଗୋଟିଏ ଲେଖାଏଁ ଓ୍ୱିକେଟ୍ ହାସଲ କରିଛନ୍ତି ।

ନିଜର ଶହେ ତମ ଟେଷ୍ଟ୍ ମୁକାବିଲା ଖେଳୁଥିବା ବିରାଟଙ୍କ ଉପରେ ସମସ୍ତଙ୍କର ଫୋକସ ରହିଛି । ସେ ବଡ ସ୍କୋର କରିବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି । ବିରାଟ ମଧ୍ୟ ପ୍ରଶଂସକଙ୍କ ଖୁସି କରିବା ଭଳି ପାଳି ଖେଳିବେ ବୋଲି ଆଶା କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ