ମନୋରଞ୍ଜନ ରାଜ୍ୟ

ପରଦାକୁ ଆସିବ ରୋମାଣ୍ଟିକ୍‌ ପ୍ରେମ କାହାଣୀ ‘ମନ ମୋର କାଗଜ ଗୁଡ଼ି’, ୪ରେ ଶୁଭମୁକ୍ତି

ଭୁବନେଶ୍ୱର ୦୩।୦୩ : ପରଦାକୁ ଆସିବ ମନ ମୋର କାଗଜ ଗୁଡି । ସୁମିତ୍ରା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର ନିବେଦିତ ବହୁ ପ୍ରତିକ୍ଷୀତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ମନ ମୋର କାଗଜ ଗୁଡ଼ି’ ଆସନ୍ତା ମାର୍ଚ୍ଚ ୪ରେ ମୁକ୍ତିଲାଭ କରିବାକୁ ଯାଉଛି । ଗତ ଡିସେମ୍ବରରେ ସିନେମା ଅଡିଓ ରିଲିଜ୍‌ ହୋଇ ଲୋକପ୍ରିୟତା ସାଉଁଟି ଚାଲିଥିଲା ବେଳେ ଏବେ ରିଲିଜ୍‌କୁ ଅପେକ୍ଷା।

ତେବେ ଫିଲ୍ମର ଶୁଭମୁକ୍ତି ତାରିଖ ଘୋଷଣା ଉତ୍ସବରେ ପ୍ରଯୋଜକ ଶିବିର କୁମାର ପରିଡା ,ସହ ପ୍ରଯୋଜକ ବିବେକାନନ୍ଦ ବାରିକ , ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପାତ୍ର ଓ ଅଭିନେତା ରାକେଶ , ବିକାଶ ଚନ୍ଦ୍ର ପଟ୍ଟନାୟକ , ଅଭିନେତ୍ରୀ ମମତା ଦାସ , ଐଶ୍ୱର୍ଯ୍ୟା ,ସହଯୋଗୀ ନିର୍ଦ୍ଦେଶକ ସ୍ୱାଗତ ପାତ୍ର , ସହ ନିର୍ଦ୍ଦେଶକ ଜୁନିଅର ସିଦ୍ଧାନ୍ତ ଉପସ୍ଥିତ ରହିଥିଲେ। ଫିଲ୍ମଟି କଟକ, ଭୁବନେଶ୍ୱର, ବାଲେଶ୍ୱର ସମେତ ଓଡିଶା ବାହାରେ ମଧ୍ୟ ରିଲିଜ କରାଯିବ । ଖାସ୍‌ କରି କୋଲକାତା,ଦିଲ୍ଲୀ , କୋଲକାତା , ବାଙ୍ଗାଲୋର,ସୁରଟରେ ରିଲିଜ୍‌ କରାଯିବ । ଚଳଚିତ୍ରଟି ମୁକ୍ତିଲାଭ କରି ଲୋକଙ୍କ ମନରେ ଖାସ୍‌ ଜାଗାଟିଏର ସୃଷ୍ଟି କରିବ ବୋଲି ପ୍ରଯୋଜନା ସଂସ୍ଥାର ପ୍ରଚାର ମୁଖ୍ୟ ଭରତ ପ୍ରଧାନ ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ