ଖେଳ ଦେଶ ବିଦେଶ

ମାତ୍ର ୩୮ ରନ୍ କଲେ ଏହି ବଡ ରେକର୍ଡ କରିବେ କୋହଲି, ସଚିନ-ଗାଭାସ୍କରଙ୍କ ସହ ହେବେ ସମାନ

ନୂଆଦିଲ୍ଲୀ ୦୩/୦୩: ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ଶହେତମ ଟେଷ୍ଟ୍ ଖେଳିବେ ବିରାଟ କୋହଲି । ଦ୍ୱାଦଶ ଖେଳାଳି ଭାବେ ସେ ଏହି କୀର୍ତ୍ତିମାନ ହାସଲ କରିବେ । ତେବେ ଏହି ମୁକାବିଲାରେ ବିରାଟଙ୍କ ପାଖରେ ୮୦୦୦ ରନ୍ କରିବାର ସୁଯୋଗ ରହିବ । ସେ ଏବେ ୮୦୦୦ ରନ୍‌ଠୁ ୩୮ ରନ୍ ଦୂରରେ ଅଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୁନୀଲ ଗାଭାସ୍କର, ବିରେନ୍ଦ୍ର ସେହ୍ୱାଗ ଓ ଭିଭିଏସ ଲକ୍ଷ୍ଣଣ ଏହି ସଫଳତା ହାସଲ କରିଛନ୍ତି ।

ଯଦି ବିରାଟ ମୋହାଲି ଟେଷ୍ଟରେ ୩୮ ରନ୍ କରନ୍ତି ତେବେ ସବୁଠାରୁ ଦ୍ରୁତ ୮୦୦୦ ରନ୍ କରିଥିବା ପଞ୍ଚମ ଭାରତୀୟ ବ୍ୟାଟର ହୋଇପାରିବେ । ୧୬୮ପାଳରେ ସେ ଏହି ସଫଳତା ପାଇପାରିବେ ।

ତେବେ ସଚିନ କେବଳ ୧୫୪ଟି ପାଳିରେ ୮୦୦୦ ରନ୍ ପୂରଣ କରିଥିଲେ । ତାଙ୍କ ପରେ ରାହୁଲ ଦ୍ରାବିଡ ୧୫୮, ବିରେନ୍ଦ୍ର ସେହ୍ୱାଗ ୧୬୦, ସୁନୀଲ ଗାଭାସ୍କର ୧୬୬ ପାଳିରେ ଏହି କାରନାମା କରିଥିଲେ । କିନ୍ତୁ ବିରାଟ ଗତ ଦୁଇବର୍ଷ ହେଲା ଶତକ ଲଗାଇ ନାହାଁନ୍ତି । ଶେଷଥର ପାଇଁ ୨୦୧୯ରେ ସେ ବାଲାଂଦେଶ ବିପକ୍ଷରେ ସେଞ୍ଚୁରୀ ମାରିଥିଲେ ।

ଶ୍ରୀଲଙ୍କା ବିପକ୍ଷରେ ବିରାଟଙ୍କ ରେକର୍ଡ ଦମଦାର ରହିଛି । ଶ୍ରୀଲଙ୍କା ଯେତେବେଳେ ଶେଷ ଥର ପାଇଁ ଭାରତ ଗସ୍ତ କରିଥିଲା ସେତେବେଳେ ବିରାଟ ୩ ମ୍ୟାଚରୁ ୬୧୦ ରନ୍ କରିଥିଲେ । ଏହି ସିରିଜରେ ସେ ନାଗପୁରରେ ୨୧୩ ଓ ଦିଲ୍ଲୀରେ ୨୪୩ ରନ୍ କରିଥିଲେ । ସେ ଶ୍ରୀଲଙ୍କା ବିପକ୍ଷରେ ଲଗାତର ତିନୋଟି ଶତକ ମଧ୍ୟ ଲଗାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ