ନୂଆଦିଲ୍ଳୀ ୦୩।୦୩ : କଙ୍ଗନା ରଣାୱତ୍ ରିଆଲିଟି ଶୋ ‘ଲକ୍ଅପ୍’ରେ ପ୍ରତିଯୋଗୀ ଭାବେ ଭାଗ ଦେଇଛନ୍ତି । ଏହି ଶୋ’ର ହୋଷ୍ଟ ହେଉଛନ୍ତି କଙ୍ଗନା ରଣାୱତ୍ । ଏକତା କପୁରଙ୍କ ଏହି ଶୋ’ରେ ଏଭଳି ଲୋକଙ୍କୁ ନିଆଯାଇଛି, ଯାହାର ନାମ କିଛି ବିବାଦ ସହ ଜଡିତ ଥିଲା। ବିବାଦ କଥା କହିବାକୁ ଗଲେ ପୁନମ୍ଙ୍କର ବିବାଦ ସହ ଘନିଷ୍ଠ ସମ୍ପର୍କ ରହିଛି । ପୁନମ୍ ତାଙ୍କ ବୋଲ୍ଡନେସ୍ ସହ ବୋଲ୍ଡ ଇମେଜ୍ ପାଇଁ ବେଶ ଜଣାଶୁଣା । ଶୋ’ରେ ପୁନମ୍ ତାଙ୍କ ବିବାହର ହୃଦୟଥରା ଯନ୍ତ୍ରଣା ବିଷୟରେ ଜଣାଇଛନ୍ତି । ପୂର୍ବ ସ୍ବାମୀଙ୍କ ବିରୋଧରେ ବହୁତ କିଛି ଖୁଲାସା କରିଛନ୍ତି ।
ଶୋ’ ରେ ପୁନମ୍ କହିଛନ୍ତି କି- ସାମ୍ ବମ୍ବେଙ୍କୁ ବିବାହ କରିବା ପରେ ସେ ତାଙ୍କ ଘରକୁ ଯାଇଥିଲେ। ଘରଟି ଚାରି ମହଲା ବିଶିଷ୍ଟ ଥିଲା। ହେଲେ ଗୋଟିଏ ରୁମ୍ ଛାଡ଼ି ଦେଲେ ସାମ୍ ଅନ୍ୟ ରୁମ୍କୁ ତାଙ୍କୁ ଯିବାକୁ ଦେଉ ନ ଥିଲେ। ଘର ଭିତରେ ଫୋନ୍କୁ ମଧ୍ୟ ହାତ ଲଗାଇବାକୁ ମନା କରୁଥିଲେ। ଏପରିକି ତାଙ୍କୁ ବହୁତ ନିର୍ଯାତନା ଦେଉଥିଲେ । ସାମ୍ ତାଙ୍କୁ ଲଗାତାର ଭାବେ ଗୋଟିଏ ଜାଗାକୁ ମାରୁଥିଲେ। ଏଥିଯୋଗୁ ତାଙ୍କର ‘ବ୍ରେନ୍ ହାମ୍ରେଜ୍’ ହୋଇ ଯାଇଥିଲା। କେବଳ ଏତିକି ନୁହେଁ କହିଥିଲେ କି ସାମ୍ ଜଣେ ମଦୁଆ । ସକାଳ ୧୦ଟାରୁ ସେ ମଦ ପିଇବା ଆରମ୍ଭ କରୁଥିଲେ। ରାତି ଅଧ ଯାଏ ସେମିତି ମାରପିଟ୍ କରୁଥିଲେ ।
ଏହା ସହ କହିଛନ୍ତି କି ମୁଁ ସାମ୍କୁ ଭଲ ପାଇଥିଲି ହେଲେ ମୁଁ ତାଙ୍କୁ ଘୃଣା କରୁନି କିନ୍ତୁ ମୋତେ ସେ ଏବେ ପସନ୍ଦ ନୁହନ୍ତି ବୋଲି ପୁନମ୍ ଖୁଲାସା କରିଛନ୍ତି। ତେବେ ୨୦୨୦ରେ ପୁନମ୍ ସାମ୍ଙ୍କୁ ବିବାହ କରିଥିଲେ ନିର୍ଯାତନା କାରଣରୁ ପୁନମ୍ଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଅଭିଯୋଗକୁ ଆଧାର କରି ପୋଲିସ୍ ସାମ୍ ବମ୍ବେଙ୍କୁ ଗିରଫ କରିଥିଲା ।

