ଖେଳ ଦେଶ ବିଦେଶ

ଏଥର IPL ଖେଳିବେ ସୁରେଶ ରୈନା ! ଏହି ଟିମ୍‌ର ଜର୍ସିରେ ଆସିବେ ନଜର

ନୂଆଦିଲ୍ଲୀ ୦୨।୦୩ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ନଜର ଆସିପାରନ୍ତି ମିଷ୍ଟର ଆଇପିଏଲ୍‌ । ଭାରତୀୟ କ୍ରିକେଟ୍‌ର ଧୁଆଁଧାର ବ୍ୟାଟସମ୍ୟାନ୍‌ ସୁରେଶ ରୈନାଙ୍କୁ ଏଥର ଆଇପିଏଲ୍‌ରେ ମ୍ୟାଚ୍‌ ଖେଳୁଥିବାର ନଜର ଆସିପାରନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି ଏକ ଫଟୋ । ଯେଉଁଥିରେ ସେ ଏକ ନୂଆ ଦଳର ଜର୍ସି ପିନ୍ଧିଥିବାର ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଚେନ୍ନାଇ ସୁପରକିଙ୍ଗସ୍‌ ସହିତ ନିଜ ଆଇପିଏଲ୍ କ୍ୟାରିୟର ଆରମ୍ଭ କରିଥିବା ସୁରେଶ ରୈନାଙ୍କ ପାଇଁ ଚଳିତ ବର୍ଷ ଥିଲା ବହୁ କଷ୍ଟଦାୟକ । ଯେଉଁ ଟିମ୍‌ ସହିତ ଦୀର୍ଘ ଦିନ ହେବ ଜଡିତ ଥିଲେ । ସେହି ଟିମ୍‌ ଶେଷରେ ତାଙ୍କୁ କିଣିନଥିଲା । ଏପିରିକି କୌଣସି ବି ସୁରେଶ ରୈନାଙ୍କୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ । ଚଳିତ ଆଇପିଏଲ୍‌ ମେଗା ଅକ୍ସନରେ ସୁରେଶ ରୈନ ଅନ୍‌ସୋଲ୍ଡ ଖେଳାଳି ଭାବେ ରହିଯାଇଥିଲେ । ତାଙ୍କ ବେସ୍ ପ୍ରାଇସ୍‌ ୨ କୋଟି ଥିଲେ ମଧ୍ୟ କୌଣସି ଦଳ ତାଙ୍କୁ କିଣିନଥିଲା । ପୂର୍ବ ସିଜିନ୍‌ରେ ସୁରେଶ ରୈନାଙ୍କୁ ଚେନ୍ନାଇ ୧୧ କୋଟି ଟଙ୍କାରେ କିଣିଥିଲା ।

ତେବେ ଏସବୁ ଭିତରେ ସୋସିଆଲ୍‌ ମିଡିଆରେ ଏବେ ଏକ ଫଟୋ ଖୁବ୍‌ ଭାଇରାଲ ହେଉଛି । ଯେଉଁଥିରେ ସୁରେଶ ରୈନା ଗୁଜୁରାତ ଟାଇଟନ୍ସର ଜର୍ସି ପିନ୍ଧିଥିବାର ନଜର ଆସିଛି । ଏହାପରେ ସୋସିଆଲ୍‌ ମିଡିଆରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଏପିରିକି ଅନେକ କଥା ଗୁଜବ ହେବାରେ ଲାଗିଛି। ଇଂଲଣ୍ଡ ବ୍ୟାଟସମ୍ୟାନ୍ ଜେସନ ରୟ ଆଇପିଏଲ୍‌ର ଚଳିତ ସିଜିନ୍‌ରୁ ନିଜ ନାମକୁ ଫେରାଇନେଇଛନ୍ତି । ଅଧିକ ସମୟ ଧରି ବାୟୋ ବବଲର ନିୟମ କାରଣରୁ ଜେସନ ରୟ ନିଜ ନାମ ଫେରାଇ ନେଇଛନ୍ତି । ଏହାପରେ ଜେସନ ରୟଙ୍କ ଜାଗାରେ ସୁରେଶ ରୈନାକୁ ଗୁଜୁରାଟ ଟାଇଟନ୍ସ ନେବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏନେଇ ଗୁଜୁରାଟ ଟାଇଟନ୍ସ କିମ୍ବା ସୁରେଶ ରୈନାଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ଆଇପିଏଲ୍‌ ଇତିହାସରେ ସବୁଠାରୁ ସଫଳ ବ୍ୟାଟସମ୍ୟାନ୍‌ ସୁରେଶ ରୈନା । ୨୦୫ ମ୍ୟାଚ୍‌ ଖେଳି ୫୫୨୮ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୩୯ଟି ଅର୍ଦ୍ଧଶତକ ରହିଛି । ଆଇପିଏଲ୍‌ର ପ୍ରଥମ ସିଜିନ୍‌ରୁ ଖେଳିଆସୁଛନ୍ତି ରୈନା । ତେବେ ପାରିବାରିକ ସମସ୍ୟା ନେଇ ୨୦୨୦ରେ ହୋଇଥିବା ଆଇପିଏଲ୍‌ ସିଜିନ୍‌ ଖେଳନଥିଲେ ସୁରେଶ ରୈନା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ