ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ମଡେଲିଂ ଛାଡି ପ୍ରଥମ ଚେଷ୍ଟାରେ ପାଇଥିଲେ ଆଇଏଏସ, ମିସ ଇଣ୍ଡିଆର ହୋଇଥିଲେ ଫାଇନାଲିଷ୍ଟ

ନୂଆଦିଲ୍ଲୀ: ମଡେଲିଂ ଦୁନିଆରେ ତାଙ୍କର ବେଶ ସୁନାମ ଥିଲା | ମିସ ଦିଲ୍ଲୀ ପରେ ଫେମିନା ମିସ ଇଣ୍ଡିଆର ଫାଇନାଲିଷ୍ଟରେ ବି ତାଙ୍କ ନାମ ଥିଲା | କିନ୍ତୁ ମଡେଲିଂ ଦୁନିଆକୁ ଛାଡି ନିଜ ଲକ୍ଷ୍ୟ ହାସଲ ପାଇଁ ସେ ଲାଗିପଡ଼ିଥିଲେ | ଆଉ ତାଙ୍କ କଠିନ ପରିଶ୍ରମ ଯୋଗୁଁ ପ୍ରଥମ ପ୍ରୟାସରେ ସେ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଥିଲେ | ଆଜି ଆମେ ଆପଣଙ୍କୁ ରାଜସ୍ଥାନର ଚୁରୁ ନିବାସୀ ଐଶ୍ଵର୍ଯ୍ୟା ଶୋରାନଙ୍କ ବାବଦରେ କହିବୁ ଯିଏ କି ମଡେଲିଂ ଛାଡି ୟୁପିଏସସି ପରୀକ୍ଷା ଦେଇଥିଲେ ଏବଂ ପ୍ରଥମ ପ୍ରୟାସରେ ସଫଳତା ପାଇବା ପରେ ଆଇଏଏସ ଅଧିକାରୀ ହୋଇଥିଲେ |

ଐଶ୍ଵର୍ଯ୍ୟା ୨୦୧୫ ମସିହାରେ ମିସ୍ ଦିଲ୍ଲୀର ଆଖ୍ୟା ଅର୍ଜନ କରିଥିବାବେଳେ ଫେମିନା ୨୦୧୬ ମସିହାରେ ମିସ୍ ଇଣ୍ଡିଆର ଫାଇନାଲିଷ୍ଟ ହୋଇଥିଲେ। ତେବେ ମଡେଲିଂ ପରେ ସେ ୧୦ ମାସ ପାଇଁ ଘରେ ରହି ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ଏବଂ ପ୍ରଥମ ପ୍ରୟାସରେ ଅଲ ଇଣ୍ଡିଆରେ ୯୩ ତମ ରାଙ୍କ ହାସଲ କରି ଆଇଏଏସ ଅଧିକାରୀ ହେବାରେ ସଫଳ ହୋଇଥିଲେ | ରିପୋର୍ଟ ଅନୁଯାୟୀ, ଶୋରାନ୍ ୟୁପିଏସସି ପରୀକ୍ଷା ପାଇଁ ତାଙ୍କ ମଡେଲିଂ କ୍ୟାରିଅର୍ ଛାଡିଥିଲେ |

ଐଶ୍ଵର୍ଯ୍ୟା କହିଛନ୍ତି ଯେ ମଡେଲିଂ ତାଙ୍କର ଆଗ୍ରହ ଥିଲେ ବି ଆଇଏଏସ ଅଧିକାରୀ ହେବା ତାଙ୍କର ଲକ୍ଷ୍ୟ ଥିଲା | ସେ ୨୦୧୮ ରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ସଫଳତା ହାସଲ କରିଥିଲେ | ରାଜସ୍ଥାନରୁ ଆସିଥିବା ଐଶ୍ଵର୍ଯ୍ୟା ଶୋରାନଙ୍କ ପରିବାର ଆରମ୍ଭରୁ ଦିଲ୍ଲୀରେ ରହୁଥିଲେ ଏବଂ ସେ ବହୁତ ଭଲ ପାଠ ପଢୁଥିଲେ। ସେ ଚାନକ୍ୟାପୁରୀର ସଂସ୍କୃତି ବିଦ୍ୟାଳୟରୁ ତାଙ୍କର ପାଠପଢା ଆରମ୍ଭ କରିଥିଲେ ଏବଂ ୯୭.୫ ପ୍ରତିଶତ ମାର୍କ ପାଇ ଦ୍ୱାଦଶ ଶ୍ରେଣୀରେ ଟପ୍ପର ହୋଇଥିଲେ |

ଏହା ପରେ ସେ ଦିଲ୍ଲୀର ଶ୍ରୀ ରାମ କଲେଜ ଅଫ୍ କମର୍ସରୁ ସ୍ନାତକ ହାସଲ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିବା ପରେ ଐଶ୍ଵର୍ଯ୍ୟା ଶୋରାନ୍ ୨୦୧୮ରେ କ୍ୟାଟ ପରୀକ୍ଷା ଦେଇଥିଲେ ଏବଂ ଆଇଆଇଏମ୍ ଇନ୍ଦୋର ପାଇଁ ମନୋନୀତ ହୋଇଥିଲେ ମଧ୍ୟ ସେ ଆଡମିଶନ ନେଇ ନଥିଲେ | କାରଣ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ସିଭିଲ୍ ସର୍ଭିସ ଉପରେ ଥିଲା | ଐଶ୍ଵର୍ଯ୍ୟା ଶୋରାନଙ୍କ ପିତା ଅଜୟ ଶୋରାନ, ତେଲେଙ୍ଗାନାର କରିମନଗରରେ ଭାରତୀୟ ସେନାରେ କର୍ଣ୍ଣେଲ ପଦରେ ଥିବାବେଳେ ତାଙ୍କ ମା ଏବଂ ତାଙ୍କ ପରିବାର ବର୍ତ୍ତମାନ ମୁମ୍ବାଇରେ ରହୁଛନ୍ତି |

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ