ଦେଶ ବିଦେଶ ମନୋରଞ୍ଜନ

ପରଦାକୁ ଆସିବ ‘ନୋ ଏଣ୍ଟ୍ରି’ର ସିକ୍ୱେଲ, ନିର୍ଦ୍ଦେଶନା ଦେବେ ଅନୀଷ ବଜମୀ

ମୁମ୍ବାଇ ୦୨।୦୩ : ଖୁବ ଶୀଘ୍ର ହଲକୁ ଆସିବ ବଲିଉଡ ଭାଇଜାନ ସଲମାନ ଖାନଙ୍କ ହିଟ ସିନେମା ‘ନୋ ଏଣ୍ଟ୍ରି’ର ସିକ୍ୱେଲ । ୨୦୦୫ରେ ସାରା ବଲିଉଡ ଇଣ୍ଡଷ୍ଟ୍ରିରେ ଧମାଲ କରିଥିଲା ସଲମାନ-ଅନିଲ କପୁରଙ୍କ ଏହି ଜବରଦସ୍ତ ଯୋଡି । ତେବେ ଏହି କମେଡି ସିନେମାର ସିକ୍ୱେଲ କରିବାକୁ ଯାଉଛନ୍ତି ପ୍ରଯୋଜକ ବୋନି କପୁର । ପ୍ରଥମ ଫିଲ୍ମର ନିର୍ଦ୍ଦେଶକ ଅନୀଷ ବଜମୀ ଏହାର ସିକ୍ୱେଲରେ ମଧ୍ୟ ନିର୍ଦ୍ଦେଶନା ଦେବେ । କିନ୍ତୁ ଏହି ଫିଲ୍ମ ନିର୍ମାଣ କରିବା ପାଇଁ ପ୍ରଯୋଜକ ବୋନି କପୁର ରଖିଥିଲେ ଏକ ସର୍ତ୍ତ । ଯାହା ପୂରଣ ହେବା ପରେ ଏବେ ସେ ପିଲ୍ମ ପ୍ରଯୋଜନା ପାଇଁ ପ୍ରସ୍ତୁତ ହୋଇଛନ୍ତି ।

ନୋ ଏଣ୍ଟ୍ରିର ସିକ୍ୱେଲ ନିର୍ମାଣ କରିବା ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା । କିନ୍ତୁ ପ୍ରଯୋଜକଙ୍କର ଏହି ସର୍ତ୍ତ ପାଇଁ ଅଟକି ରହିଥିଲା ଯୋଜନା । କିନ୍ତୁ ଡିସେମ୍ବର ମାସରେ କପୁରଙ୍କର ଏହି ସର୍ତ୍ତ ପୂରଣ ହେବା ପରେ ଏବେ ସେ ସିନେମା ତିଆରି କରିବା ପାଇଁ ଲାଗି ପଡିଛନ୍ତି । ଏହି ଫିଲ୍ମରେ ବୋନି କପୁର ପୁଣିଥରେ ସଲମାନ ଖାନଙ୍କୁ ନେବାକୁ ସର୍ତ୍ତ ରଖିଥିଲେ । କିନ୍ତୁ ଭାଇଜାନ ଏ ନେଇ କୌଣସି ସ୍ପଷ୍ଟ କରି ନଥିବାରୁ ଯୋଜନା କିଛି ଆଗକୁ ବଢି ପାରି ନଥିଲା । ତେବେ ନିଜ ଜନ୍ମଦିନ ଅବସରରେ ନୋ ଏଣ୍ଟ୍ରିର ସିକ୍ୱେଲ କରିବା ପାଇଁ ଘୋଷଣା କରିଥିଲେ ଦବଙ୍ଗ ଖାନ ।

ତେବେ ପ୍ରଥମ ଫିଲ୍ମ ଠାରୁ ଏହାର ସିକ୍ୱେଲ ଅଧିକ ଲୋକପ୍ରିୟ ହେବ ବୋଲି ଦାବି କରିଛନ୍ତି ପ୍ରଯୋଜକ ବୋନି କପୁର । ତେବେ ସିକ୍ୱେଲର ନାଁ “ନୋ ଏଣ୍ଟ୍ରି ମେ ଏଣ୍ଟ୍ରି” ରଖାଯାଇଥିବା ବେଳେ ବୋନି ଏହାର ସ୍କ୍ରିପ୍ଟକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ଫିଲ୍ମର ସିକ୍ୱେଲରେ ସଲମାନ ଲିଡ ରୋଲରେ ନଜର ଆସିବେ । ତେବେ ଏହି ଫିଲ୍ମରେ ଜଣେ କି ଦୁଇ ଜଣ ନୁହେଁ ବରଂ ୯ ଜଣ ଅଭିନେତ୍ରୀ ଅଭିନୟ କରିବେ ବୋଲି ସୂଚନା ମିଳିଛି । କିନ୍ତୁ କେଉଁ ହିରୋଇନଙ୍କୁ ନେଇ ଏହି ଫିଲ୍ମ ନିର୍ମାଣ ହେବ ସେ ନେଇ କୌଣସି ତଥ୍ୟ ମିଳିନାହିଁ । ଖୁବଶୀଘ୍ର ଏହି ଫିଲ୍ମର ଶୁଂଟି ହେବ ବୋଲି ସୂଚନା ଦେଇଛନ୍ତି ପ୍ରଯୋଜକ ବୋନି କପୁର ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ