ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

କପିଳାସ ପୀଠରେ ସରିଲା ଜାଗର ଯାତ୍ରା, ଭକ୍ତ ଦେଖିଲେ ପ୍ରଭୁଙ୍କ ଦୁର୍ଲଭ ନାଗାଭରଣ ବେଶ

ଢେଙ୍କାନାଳ ୦୨।୦୩: କୋଭିଡ଼ କଟକଣାରେ ଢେଙ୍କାନାଳର ପ୍ରସିଦ୍ଧ ଶିବପୀଠ କପିଳାସରେ ଜାଗର ଯାତ୍ରା ସମ୍ପନ୍ନ । ଭୋର ୪ଟା ୨୫ ମିନିଟରେ ମନ୍ଦିର ଚୁଡ଼ାକୁ ଉଠିଲା ମହାଦୀପ । ଦୁର୍ଲଭ ନାଗାଭରଣ ବେଶ ଦର୍ଶନ ପାଇଁ ମନ୍ଦିରରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ ।

ନୀତିକାନ୍ତି ମୁତାବକ, ମହାପ୍ରଭୁଙ୍କର ଚାରି ପ୍ରହାରରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା । ସନ୍ଧ୍ୟା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢିଥିବା ଦେଖାଯାଇଥିଲା । ପୂର୍ବରୁ ନୀତି ନିର୍ଘଣ୍ଟ ମୁତାବକ ଭୋର ୩ଟା ୫୫ରେ ମହାଦୀପ ମନ୍ଦିର ବେଢ଼ା ପରିକ୍ରମା ଆରମ୍ଭ ହୋଇଥିଲା । ଭୋର ୪ଟା ୨୫ମିନିଟରେ ପ୍ରସିଦ୍ଧ ଶୈବପୀଠର ମୁଖ୍ୟ ସେବାୟତ ମନ୍ଦିର ଚୂଡାକୁ ମହାଦୀପ ଉଠାଇଥିଲେ ।

ଏହି ଅବସରରେ ଘଣ୍ଟ ଘଣ୍ଟା ଓ ଭକ୍ତଙ୍କ ହରିବୋଲ-ହୁଳହୁଳି ସାଙ୍ଗକୁ ହର ହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର କପିଲାସ । ପରେ ପ୍ରଭୁ ଚନ୍ଦ୍ରଶେଖରଙ୍କ ଦୁର୍ଲଭ ନାଗାଭରଣ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭିଡ଼ ପରିଲକ୍ଷିତ ହୋଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ