ପୁରୀ ୦୧।୦୩ : ପୁରୀର ଶ୍ରୀଲୋକନାଥଙ୍କ ପୀଠ ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବ ପୀଠ ଭାବେ ମାନ୍ୟତା ଲାଭ କରିଛି। ମହାଶିବରାତ୍ରୀ ଅବସରରେ ଏଠାରେ ପାଳିତ ହୋଇଥାଏ ପାରମ୍ପରିକ ଜାଗର ଯାତ୍ରା।
ଲକ୍ଷାଧିକ ଶ୍ରଦ୍ଧାଳୁ ଏକାଠି ହୋଇ ଶ୍ରୀଲୋକନାଥଙ୍କ ଦର୍ଶନ ସହ ରାତି ଉଜାଗର ରହି ଦୀପ ଜାଳିବାର ପରମ୍ପରା ରହିଛି। ଏଥିପାଇଁ ରାତି ୧୨ ଟାରେ ଦ୍ୱାରଫିଟା ହେବା ପରେ ଶ୍ରୀଲୋକନାଥଙ୍କ ମଙ୍ଗଳ ଆଳତୀ, ମଇଲମ ଓ ଅବକାଶ ପୂଜା କରାଯାଇ ଭୋର ପ୍ରାୟ ୪ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । କୋଭିଡ଼ ନିୟମ ଅନୁଯାୟୀ ମୁହଁରେ ମାସ୍କ ପରିଧାନ କରି ଭକ୍ତମାନେ ଲାଇନ୍ ବାନ୍ଧି ଅପେକ୍ଷା କରି ଏହି ପବିତ୍ର ଦିନରେ ଲୋକନାଥଙ୍କୁ ଦର୍ଶନ କରି ଅଶେଷ କୃପା ଲାଭ କରିଥିଲେ। ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୭ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି।