ଦେଶ ବିଦେଶ ମନୋରଞ୍ଜନ

ଅସୁସ୍ଥ ହେଲେ ବିଗ୍‌ ବି ? ପୋଷ୍ଟ ସେୟାର କରି କହିଲେ- ମୋ’ ହାର୍ଟ ବିଟ୍‌ ବଢ଼ିଯାଇଛି.. ମୁଁ ଚିନ୍ତିତ ଅନୁଭବ କରୁଛି

ନୂଆଦିଲ୍ଳୀ ୨୮।୦୨: ବଲିଉଡ୍‌ର ବିଗ୍‌ ବି ତଥା ମେଗାଷ୍ଟାର ଅମିତାଭ ବଚ୍ଚନ ବୟସ ୮୦ ବର୍ଷରେ ପହଞ୍ଚିଛି । ସେହି ବୟସରେ ମଧ୍ୟ କଠିନ ପରିଶ୍ରମ କରୁଛନ୍ତି । ଏହି ବୟସରେ ସେ ୧୨ ଘଣ୍ଟା କାମ କରିବା ବ୍ୟତୀତ ନିଜ କାମ କୁ ନେଇ ହେଳା କରନ୍ତି ନାହିଁ । ଏହି ସମୟରେ ପ୍ରଶଂସକମାନେ ସେମାନଙ୍କ ମେଗାଷ୍ଟାର ବିଷୟରେ ଚିନ୍ତା କରିଥାନ୍ତି। କାରଣ ଅତୀତରେ ତାଙ୍କର ପୂରା ପରିବାର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ବିଗ୍‌ ବି ଏକ ଟ୍ବିଟ୍‌ କରି ପୁଣି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି।

ରବିବାର ରାତିରେ ଅମିତାଭ୍‌ ଟ୍ବିଟ୍‌ କରି କହିଛନ୍ତି, ମୋ’ ହାର୍ଟ ବିଟ୍‌ ବଢ଼ିଯାଇଛି। ମୁଁ ଚିନ୍ତିତ ଅନୁଭବ କରୁଛି। ଆଶା କରୁଛି ସବୁକିଛି ଠିକ୍‌ ହୋଇଯିବ। ଅମିତାଭ୍‌ଙ୍କ ଏହି ଟ୍ବିଟ୍‌ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ପ୍ରଶଂସକମାନେ ସ୍ପଷ୍ଟ ହୋଇ ପାରୁନାହାନ୍ତି ବିଗ୍‌ ବିଙ୍କ ସହ କ’ଣ ହୋଇଛି। ସେମାନେ ମଧ୍ୟ ଅମିତାଭଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହ କାରଣ ପଚାରିବାକୁ ଲାଗିଲେ । ତେବେ ଏହା ସ୍ପଷ୍ଟ ଭାବରେ ଜଣା ପଡିନି ପ୍ରକୃତରେ ଅମିତାଭ୍‌ଙ୍କ ସ୍ବାସ୍ଥ୍ୟ ଭଲ ନାହିଁ କି ଆଉ କିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ