ରାଜ୍ୟ ସ୍ୱାସ୍ଥ୍ୟ

ଜୁନ୍‌ ମାସରେ ଭାରତରେ ଆରମ୍ଭ ହେବ କୋଭିଡ୍‌ ସଙ୍କ୍ରମଣର ୪ର୍ଥ ଲହର୍‌: ‘ଆଇଆଇଟି-କାନପୁର’ ଟିମ୍‌

ନୂଆଦିଲ୍ଲୀ: ଆଗାମୀ ଜୁନ୍‌ ମାସ ମଧ୍ୟ ଭାଗରୁ ଶେଷ ଭାଗ ସୁଦ୍ଧା ଭାରତରେ କୋଭିଡ୍ ସଂକ୍ରମଣର ୪ର୍ଥ ଲହର୍‌ ଆରମ୍ଭ ହେବାର ସମ୍ଭାବନା ଅଛି ଏବଂ ଏଥିଯୋଗୁଁ ପ୍ରାୟ ୪ ମାସ ଧରି ଦ୍ରୁତ ବେ‌ଗରେ ସଂକ୍ରମଣ ବୃଦ୍ଧି ପାଇବ ‌ବୋଲି ‘ଆଇଆଇଟି-କାନପୁର’ର ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି।

କିନ୍ତୁ, ଉକ୍ତ ସଂକ୍ରମଣର ଭୟାବହତା ଭୂତାଣୁର ‘ଭେରିଏଣ୍ଟ୍‌’ ଏବଂ ଦେଶରେ ଟିକାକରଣର ସ୍ଥିତି ଉପରେ ନିର୍ଭର କରୁଛି ବୋଲି ସେମାନେ କହିଛନ୍ତି।

‘ଆଇଆଇଟି-କାନପୁର’ର ଗଣିତ ବିଭାଗର ଶବରପ୍ରସାଦ ରାଜେସଭାଇ, ଶୁଭ୍ରାଶଙ୍କର ଧର ଏବଂ ଶଲଭଙ୍କ ନେତୃତ୍ବରେ ଏହି ଅଧ୍ୟୟନ କରାଯାଇଥିଲା। ଏହି ଅଧ୍ୟୟନ ନିମନ୍ତେ ଜିମ୍ବାୱେ ଉପରେ ଆଧାରିତ ଗସିଅନ୍‌ ଡିଷ୍ଟ୍ରିବ୍ୟୁସନ୍‌ ତଥ୍ୟାବଳି ମିଶ୍ରଣ କରିଥିଲେ।

ଅଧ୍ୟୟନକାରୀମାନେ କହିଛନ୍ତି ଯେ, ତଥ୍ୟାବଳିରୁ ଯାହା ସୂଚନା ମିଳୁଛି, ୨୦୨୦ ଜାନୁଆରି ୩୦ ପ୍ରାପ୍ତ ପ୍ରାରମ୍ଭିକ ତଥ୍ୟାବଳି ହିସାବରେ ଏହାର ୯୩୬ ଦିନ ପରେ ଭାରତରେ କୋଭିଡ୍‌-୧୯ର ୪ର୍ଥ ଲହର୍ ଆସିବ। ଅର୍ଥାତ୍‌ ୨୦୨୨ ଜୁନ୍‌ ୨୨ରେ ୪ର୍ଥ ଲହର୍‌ ଆରମ୍ଭ ହୋଇ ୨୦୨୨ ଅଗଷ୍ଟ ୨୩ରେ ଶୀର୍ଷ ସ୍ପର୍ଶ କରି ୨୦୨୨ ଅକ୍ଟୋବର ୨୪ରେ ଶେଷ ହେବ।

କିନ୍ତୁ, ଏହି ଲହର୍‌ର ତୀବ୍ରତା ସଂକ୍ରମଣଶୀଳତା ଏବଂ ମୃତ୍ୟୁହାର ଆଦି ବିଭିନ୍ନ କାରଣ ଉପରେ ନିର୍ଭର କରିବ। ଏହାଛଡ଼ା, ଟିକାକରଣର (ପ୍ରଥମ, ଦ୍ବିତୀୟ ଓ ବୁଷ୍ଟର୍‌ ଡୋଜ୍‌) ପ୍ରଭାବ ମଧ୍ୟ ସମ୍ଭାବ୍ୟ ସଂକ୍ରମଣର ତୀବ୍ରତା ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ବୋଲି ସେମାନେ କହିଛନ୍ତି।

ଅନ୍ୟ ଏକ ଅଧ୍ୟୟନରେ ଦର୍ଶା ଯାଇଛି ଯେ, ପରବର୍ତ୍ତୀ କୋଭିଡ୍‌ ଭେରିଏଣ୍ଟ୍‌ ୨ଟି ଭିନ୍ନ ପଥରେ ଆସିପାରେ। ନୂଆ ଭେରିଏଣ୍ଟ୍‌ ଯେ, ପୂର୍ବାପେକ୍ଷା କମ୍‌ ମାରାତ୍ମକ ହେବ ତା’ର କୌଣସି ଗ୍ୟାରେଣ୍ଟି ନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ